ସୋରଡା ବ୍ଲକ ର ସ୍ୱାସ୍ଥ୍ୟ ବିଭାଗର ୯ ଜଣ କୟାକଳ୍ପ ପୁରସ୍କାର ପାଇଲେ
ସୋରଡା, (ରଜନୀକାନ୍ତ ମହାପାତ୍ର):କେନ୍ଦ୍ର ସରକାରଙ୍କ ସ୍ବାଛ ଭରତ ଯୋଜନା ଅଧୀନ ସ୍ୱାସ୍ଥ୍ୟ ଓ ପରିବାର କଲ୍ଯାଣ ବିଭାଗ ଅନ୍ତର୍ଗତ କାୟାକଳ୍ପ ଯୋଜନା ର ଗଞ୍ଜାମ ଜିଲ୍ଲା ସ୍ତରୀୟ ଅଭିନନ୍ଦନ ସମାରୋହ ବ୍ରହ୍ମପୁର ର ସ୍ଵର୍ଣ୍ଣ ଜୟନ୍ତୀ ଟାଉନ ହଲ ପରିସରରେ ଗୁରୁବାର ମଧ୍ୟାର୍ହ୍ନ ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ମୁଖ୍ୟ ଭାବେ ଯୋଗଦେଇ ସୋରଡା ବ୍ଲକ ର ସ୍ୱାସ୍ଥ୍ୟ ବିଭାଗର ୯ ଜଣଙ୍କୁ ପୁରସ୍କାର ଦେଇ ସନମନିତ କରିଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସମସ୍ତ ଅଧିକାରୀ ମଧ୍ୟ ଉପସ୍ଥିତ ଥିଲେ । କୟାକଳ୍ପ ଯୋଜନାରେ ସଂକ୍ରମଣ ନିୟନ୍ତ୍ରଣ ,ନଷ୍ଟ ପଦାର୍ଥ ପରିଚାଳନା ,ସହଯୋଗ ସେବା ,ସ୍ଵାସ୍ଥ୍ୟରକ୍ଷା ସେବା ,ଉତ୍ତମ ପରିଚାଳନା ,ସୌନ୍ଦର୍ଯା କାରଣ ,ସୁସ୍ଥ ବାତାବରଣ ,ପରିବେଶ କୁ ମାନଦଣ୍ଡ ଭାବେ ବିଚାର କରାଯାଇ ପୁରସ୍କାର ପ୍ରଦାନ ବ୍ୟବସ୍ତା କରାଯାଇଥାଏ । ସେହି କ୍ରମରେ ସୋରଡା ଡାକ୍ତରଖାନା ସୁପରିତେଣ୍ଡ ଡାକ୍ତର ସନ୍ତୋଷ କୁମାର ପଣ୍ଡା ,ବଦଗଡ ଡାକ୍ତରଖାନା ସୁପରିତେଣ୍ଡ ଡାକ୍ତର ତରୁଣ କୁମାର ବିଶ୍ଵାଳ ,ଗଉଦଗୋଠ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ଡାକ୍ତର ପ୍ରେମାନନ୍ଦ ତ୍ରିପାଠୀ ,ଗାଜଲବାଡି ଫାର୍ମଶିଷ୍ଠ ସତ୍ୟଜିତ ବେହେରା ,ବଡବଦାଙ୍ଗୀ ପବିତ୍ରମୋହନ ପଣ୍ଡା ,ସୋରଡା ସୁନୀଲ କୁମାର ସାମନ୍ତରାୟ,ବଡଗଡ ଜିତେନ୍ଦ୍ର କୁମାର ପଣ୍ଡା,ଗଉଡଗୋଠ କେଦାର ପ୍ରସାଦ ହୋତା ,ବରାଡି ଆରୋଗ୍ଯ କେନ୍ଦ୍ର ର ସ୍ୱାସ୍ଥ୍ୟକର୍ମୀ ସୁଜାତା ରାଣୀ ଶୁବୁଦ୍ଧି,ପ୍ରମୁଖ ଙ୍କୁ ଜିଲ୍ଲାପାଳ ସନମାନିତ କରିଛନ୍ତି । ସୂଚନା ଯୋଗ୍ୟଜେ ସୋରଡା ଡାକ୍ତରଖାନା ପରିସରରେ ଖୋଲାଯାଇଥିବା ଆନନ୍ଦ ବ୍ୟାୟାମ କେନ୍ଦ୍ର ଅଞ୍ଚଳର ବହୁ ଯୁବକ ,ବୃଦ୍ଧ ,ମହିଳା ପ୍ରତିଦିନ ଆସି ଶାରୀରିକ ବ୍ୟାୟାମ କରୁଛନ୍ତି ।


