ସୋସୋ ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା
ହାଟଡ଼ିହି, (ବିକାଶ ବିଶ୍ୱାଳ):ସୋସୋ ସରକାରୀ ନୋଡାଲ ଉପ୍ରା ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ହରମୋହନ ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହାଟଡିହି ବ୍ଲକ ଶିକ୍ଷା ଅଧିକାରୀ ଧନେଶ୍ୱର ଖଣ୍ଡେଇ, ମୁଖ୍ୟବକ୍ତା ଭାବେ ଶିକ୍ଷାବିତ ମୋହନ କୁମାର ମହାନ୍ତି, ସମ୍ମାନୀତ ଅତିଥି ଭାବେ ଶିକ୍ଷାବିତ ପ୍ରଫୁଲ କୁମାର ଜେନା, ମୋ ସ୍କୁଲ ଅଭିଯାନ କମିଟିର ସଭାପତି ରବିନ୍ଦ୍ର କୁମାର ରାଉତ, ପରିଚାଳନା କମିଟିର ସଭାପତି ବସନ୍ତ କୁମାର ମହାନ୍ତି ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ଶୃଙ୍ଖଳା ହିଁ ଛାତ୍ର ଜୀବନର ମାପକାଠି ବୋଲି ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ନୁତନବିଇଓ ଧନେଶ୍ୱର ଖଣ୍ଡେଇଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିବାବେଳେ ଚଳିତବର୍ଷ ୫ମଶ୍ରେଣୀ ବୃତ୍ତି ପରୀକ୍ଷାରେ ସଫଳତା ହାସଲ କରିଥିବା ବିଦ୍ୟାଳୟର ଛାତ୍ରୀପ୍ରୀତିପ୍ରଜ୍ଞା ନାୟକ ଓ ସାଇ ସୋନାଲିକା ରାଉତଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଚଳିତବର୍ଷ ବାର୍ଷିକ କ୍ରୀଡାରେ କୃତ୍ତିତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଏହିଅବସରରେ ବିଦ୍ୟାଳୟ ଶିକ୍ଷାଲାଭ କରୁତôବା ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ପରିଚୟପତ୍ର ଓ ବେଲ୍ଟ ପ୍ରଦାନ କରାଯାଇଥିଲା । ସ୍ନେହଲତା ରାଉତ ଧନ୍ୟବାଦ ଅର୍ପଣ କରିଥିବାବେଳେ ଅଙ୍ଗୁରବାଳା ସେନାପତି, ସନ୍ଦ୍ୟା ପ୍ରୀୟଦର୍ଶନୀ ମହାନ୍ତି, ଜୟନ୍ତୀରାଣୀ ପଣ୍ଡା, ପବିତ୍ର କୁମାର ବାରିକ, ତାପସ କୁମାର ରାଉତ, ସୁଜିତ କୁମାର ମହାନ୍ତ ପ୍ରମୁଖ ଶିକ୍ଷକ ଶିକ୍ଷୟତ୍ରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।