ସ୍କାଉଟସ୍ ଏବଂ ଗାଇଡସ୍ ତରଫରୁ ବିଭିନ୍ନ ଜିଲ୍ଲାରେ ଲୋକମାନଙ୍କୁ ରନ୍ଧାଖାଦ୍ୟ ଓ ମାସ୍କ ବଣ୍ଟନ

ଭୁବନେଶ୍ୱର : ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ତରଫରୁ ରାଜ୍ୟ ମୁଖ୍ୟ କମିଶନର ଡ. କାଳିପ୍ରସାଦ ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ପ୍ରାୟ ୪୫୦ରୁ ଊର୍ଦ୍ଧ୍ୱ ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନମାନେ ନିଜ ନିଜ ଜିଲ୍ଲାରେ ଥିବା କେତେକ ଗ୍ରାମାଞ୍ଚଳ ଏବଂ ନିଜ ନିଜ ଅଞ୍ଚଳରେ ଲୋକମାନଙ୍କୁ ରନ୍ଧାଖାଦ୍ୟ ଓ ମାସ୍କ ବଣ୍ଟନ କରିବା ପରେ ଗ୍ରାମ ବାସୀଙ୍କୁ ସାମାଜିକ ଦୂରତା ଓ ହାତଧୋଇବା ନେଇ ସଚେତନତା କରାଇବା ସହିତ ସମୂହ ଭାବେ ହାତ ଧୋଇବା ଶିଖାଇଥିଲେ । ପରେପରେ ମହାମାରୀ କରୋନା କବଳରୁ କିପରି ମଣିଷ ରକ୍ଷା ପାଇପାରିବ ସେଥିପାଇଁ ଲୋକମାନଙ୍କୁ ବୁଝାଇଥିଲେ । ଏତଦ୍‌ବ୍ୟତୀତ ସମସ୍ତ ଜିଲ୍ଲାରେ ସାବୁନ୍‌, ସାନିଟାଇଜର ଗରିବ ଲୋକମାନଙ୍କୁ ବଣ୍ଟାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ