ଉପଜିଲ୍ଲାପାଳଙ୍କ କରୋନା ସମୀକ୍ଷା ବୈଠକ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):ସାରା ବିଶ୍ୱରେ କରୋନା ଭୁତାଣୁ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଏହାକୁ ଆଖି ଆଗରେ ରଖି ଆସନ୍ତା ଏପ୍ରିଲ ୩୦ ତାରିଖ ପର୍ଯ୍ୟନ୍ତ ଲକଡ଼ାଉନ ଘୋଷଣା କରାଯାଇଛି । ଏହାର ପ୍ରତିଷେଧକ ସକାଶେ ପ୍ରଶାସନ ପକ୍ଷରୁ ଜନସାଧାରଣଙ୍କୁ ସଚେତନ କରାଯାଉଛି । ଏହି ପରିପ୍ରେକ୍ଷୀରେ ଶନିବାର ଗଂଜାମ ଉପ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ହିଂଜିଳିକାଟୁ ପଂଚାୟତ ସମିତି କାର୍ଯ୍ୟାଳୟ ସଭାକକ୍ଷ ଗୃହରେ କରୋନା ସମନ୍ଧୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପୌରାଂଚଳ ଆରଏମସି ପରିସରରେ ନିର୍ମାଣ ହୋଇଥିବା ୧୦୦ ଶର୍ଯ୍ୟା ବିଶିଷ୍ଟ ଉପଖଣ୍ଡ ଚିକିତ୍ସାଳୟକୁ ଗଂଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ କରୋନା ହସପିଟାଲ ଭାବେ କାର୍ଯ୍ୟକ୍ଷମ କରିବା ସକାଶେ ବିଭିନ୍ନ ଦିଗ ଉପରେ ଆଲୋଚନା କରାଯାଇଥିଲା । ସଂପୃକ୍ତ ଚିକିତ୍ସାଳୟରେ ବିଦ୍ୟୁତ୍ ସଂଯୋଗ କାର୍ଯ୍ୟ ହୋଇନଥିବା ବେଳେ ଅନ୍ୟାନ କାର୍ଯ୍ୟ ଶେଷ ହୋଇଥିବା ଜଣାପଡ଼ିଛି । ହିଂଜିଳିକାଟୁ ବ୍ଳକର ବିଭିନ୍ନ ଗ୍ରାମାଂଚଳରୁ ଯଥେଷ୍ଟ ପରିମାଣରେ ପନିପରିବା ଅମଳ ହେଉଥିବା ବେଳେ ବିକ୍ରି ହୋଇନପାରି ନଷ୍ଟ ହେଉଥିବାରୁ ଚାଷୀମାନେ କ୍ଷତିର ସମ୍ମୁଖୀନ ହେଉଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ଉପଜିଲ୍ଲାପାଳ ପୃଷ୍ଟି ଏହାର ସମାଧାନ ସକାଶେ ଅମଳ ପନିପରିବାକୁ ବାହାର ଜିଲ୍ଲା ଓ ନିକଟସ୍ଥ ସହରକୁ ରପ୍ତାନି କରିବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଗୋଖାଦ୍ୟ ପାଇଁ କଟକଣା ଉଠିବା ପରେ ବ୍ୟବସାୟୀ ମାନଙ୍କୁ ଅନୁମତି ପତ୍ର ପ୍ରଦାନ ନେଇ ପ୍ରଶରୀ ଚିକିତ୍ସକଙ୍କୁ ପରାମର୍ଶ ଦେଇଥିଲେ ଏବଂ କୁକଡ଼ା ମାସଂ ଓ ଅଣ୍ଡା ବ୍ୟବସାୟର ବର୍ତମାନ ସ୍ଥିତିର ସମୀକ୍ଷା ପାଇଁ ବିଭାଗୀୟ ଅଧିକାରୀଙ୍କୁ କହିଥିଲେ ।ଆୟୋଜିତ ବୈଠକରେ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ, ଥାନା ଆଇଆଇସି ଅଭିମନ୍ୟୁ ଦାସ, ବିଇଓ ବସନ୍ତ କୁମାର ପଣ୍ଡା, ଏବିଇଓ ନିମାଇଁଚାନ୍ଦ ମହାପାତ୍ର, ପୂର୍ତ ବିଭାଗ ସହକାରୀ ଯନ୍ତ୍ରୀ ଉମାଚରଣ ପାଢି, ବିଦ୍ୟୁତ୍ ବିଭାଗୀୟ ସହକାରୀ ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଦାଶ, ସହକାରୀ କୃଷି ଅଧିକାରୀ ପ୍ରଶାନ୍ତ କୁମାର ନାଥ, ଅମର ପ୍ରସାଦ ସାହୁ, ସହକାରୀ ଉଦ୍ୟାନ ବିଭାଗୀୟ ଅଧିକାରୀ ଶୁଭସ୍ମିତା ସାହୁ, ଉଠାଜଳସେନ ଏସଡ଼ିଓ ସନ୍ତୋଷ କୁମାର ଚୌଧୁରୀ, ଅଗ୍ନିଶମ ଭାରପ୍ରାପ୍ତ ଅଧିକାରୀ ଲବ ନାଇକ, ଯୋଗାଣ ନିରୀକ୍ଷକ ପୁରଂଜୟ ସାହୁ, ପ୍ରାଣୀ ଚିକିତ୍ସକ ଡ଼ାକ୍ତର ଲମ୍ବୋଦର ମହାପାତ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ