ସ୍କୁଲରେ ପଡିଲା ତାଲା
(ଯୁଗାବ୍ଦ ନ୍ୟୁଜ)ନବରଙ୍ଗପୁର ଜିଲ୍ଲା ଉମରକୋଟ ଅନ୍ତର୍ଗତ ପଦିଆଗୁଡା ପ୍ରାଥମିକ ବିଦ୍ୟାଳୟରେ ଗ୍ରାମବାସୀ ପକେଇଲେ ତାଲା । ବିଦ୍ୟାଳୟରେ ଶିକ୍ଷକ ଅଭାବ ଏବଂ ବିଦ୍ୟାଳୟର ନଳକୂପ ପାଣି ଗୋଳିଆ ବାହାରୁ ଥିବା ଅଭିଯୋଗ ନେଇଁ ଗ୍ରାମବାସୀ ନିଷ୍ପତ୍ତି ନେଇଥିବା ଜଣାଯାଇଛି ।ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଓ ପିଇବା ପାଣିର ସମାଧାନ ନ ହେବା ପର୍ୟ୍ୟନ୍ତ ସ୍କୁଲରେ ତାଲା ଝୁଲିବ ବୋଲି ଗ୍ରାମବାସୀ ଠୁ ସୂଚନା ମିଳିଛି ।


