ସ୍କୁଲ ମିଶ୍ରଣ ପ୍ରକ୍ରୀୟା ଯୋଗୁଁ ଛାତ୍ରଛାତ୍ରୀ ହିନସ୍ଥା, ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଚେତାବନୀ
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକ ବଡରମ୍ପାସ ପଞ୍ଚାୟତର ଗୁହାଳଗଡିଆ ଗ୍ରାମରେ ଥିବା ପ୍ରାଥମିକ ବିଦ୍ୟାଳୟକୁ ସ୍କୁଲ ମିଶ୍ରଣ ପ୍ରକ୍ରୀୟାରେ ସାମିଲ କରି ଏଲକଣା ସ୍କୁଲ ସହିତ ମିଶାଇ ଦେଇଥିବାରୁ ଗୁହାଳଗଡିଆ ଗାଁର ଛାତ୍ରଛାତ୍ରୀ ମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ଗାଁରେ ଥିବା ଏହି ବିଦ୍ୟାଳୟଟି ଦୀର୍ଘ ୨୬ବର୍ଷ ଧରି ଚାଲିଥିଲା । କିନ୍ତୁ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ସଂଖ୍ୟା ଖେଳକୁ ନେଇ ମିଶ୍ରଣ ପ୍ରକ୍ରୀୟା ଲାଗୁ କରିଦେବାରୁ ଏହି ସ୍କୁଲଟି ଗାଁରୁ ଉଠି ଯାଇଥିଲା । ଫଳରେ ଏବେ ଗାଁର ୩୩ଜଣ ଛାତ୍ରଛାତ୍ରୀ ଦୀର୍ଘ ୩କିଲୋମିଟର ଦୁର ଏଲକଣା ସ୍କୁଲକୁ ଶିକ୍ଷାଲାଭ ପାଇଁ ଯାଉଛନ୍ତି । ଗାଁ ଠାରୁ ଏଲକଣାକୁ ଯେଉଁ ରାସ୍ତାଟି ଅଛି ତାହା ଖାଲଖମାରେ ପରିପୁର୍ଣ୍ଣ ଏକ ମାଟି ରାସ୍ତା । ଫଳରେ ଛାତ୍ରଛାତ୍ରୀମାନେ ନାନା ଅସୁବିଧାରେ ସ୍କୁଲ ଯାଉଥିବାବେଳେ ବର୍ଷାଦିନେ ପାଣି କାଦୁଅରେ ଓ ଏକ କେନାଲ ପାରି ହୋଇ ସ୍କୁଲ ଯାଉଛନ୍ତି । କିନ୍ତୁ ଗୁହାଳଗଡିଆ ଗାଁରେ ଥିବା ସ୍କୁଲର ଶ୍ରେଣୀଗୃହ, ଅଫିସ, ଶୌଚାଳୟ, ନଳକୂପ ଓ ସ୍କୁଲ ପରିବେଶ ସମ୍ପୁର୍ଣ୍ଣ ଠିକ ଅଛି । ତେଣୁ ଏଡି ମିଶ୍ରଣ ପ୍ରକ୍ରୀୟାକୁ ପୁନର୍ବିଚାର କରି ଗାଁର ଏହି ୨୬ବର୍ଷର ପୁରାତନ ସ୍କୁଲଟିକୁ ଗୁହାଳଗଡିଆ ଗାଁରେ ରଖି ପୁନର୍ବାର ଶିକ୍ଷାଦାନ ଲାକି ଶିକ୍ଷକ ନିଯୁକ୍ତି କରିବା ପାଇଁ ସମାଜସେବୀ ନାରାୟଣ ଜେନା, ଶିକ୍ଷାବିତ ରବିନ୍ଦ୍ର କୁମାର ଜେନା, ୱାର୍ଡସଭ୍ୟ ଭଗବାନ ଖୁଣ୍ଟିଆ, ମନ୍ମଥ ଜେନା, ଶୁଭସ୍ମୀତା ଜେନା, ଚିନ୍ତାମଣୀ ଜେନା, ସୁଦର୍ଶନ ଜେନା, ଅନ୍ତର୍ଯ୍ୟାମୀ ଜେନା, ମଳୟ ଖୁଣ୍ଟିଆ, ତିଳୋତ୍ତମା ଜେନା, ପ୍ରଦୀପ ଖୁଣ୍ଟିଆ, ଭାଗିରଥି ଜେନା, ଦେବେନ୍ଦ୍ର ଜେନା, ନରେନ୍ଦ୍ର କୁମାର ଜେନା, କୋଦଣ୍ଡଧର ଜେନା, ଗାଙ୍ଗୁଲି ଜେନା, ଜଗବନ୍ଧୁ ଖୁଣ୍ଟିଆ, ପ୍ରଭାକର ପରିଡା, ପବନା ଜେନା, ରବିନ୍ଦ୍ର ଜେନା, ମଧୁସୁଦନ ଜେନା, ରମାକାନ୍ତ ଜେନା ପ୍ରମୁଖ ଗ୍ରାମବାସୀମାନେ ଦାବି କରି ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଯଦି ଜିଲ୍ଲାପ୍ରଶାସନ କୌଣସି ପଦକ୍ଷେପ ନ ନିଏ ତେବେ ଗ୍ରାମବାସୀମାନେ ଛାତ୍ରଛାତ୍ରୀଙ୍କ ସହିତ ରାଜରାସ୍ତାରେ ବସିବା ପାଇଁ ଚେତାବନୀ ଦେଇଛନ୍ତି ।