ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ ମାମଲାରେ ଅଭିଯୁକ୍ତ ସ୍ବାମୀ ଗିରଫ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରା ଙ୍କୁ ମରଣାନ୍ତକ ମାଡ଼ ମାରି ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।ଏହି ଘଟଣା ରେ ସମ୍ପୃକ୍ତ ସ୍ବାମୀ ବିଜୟ ଙ୍କୁ  ତଦନ୍ତକାରୀ ଅଧିକାରୀ ପାଟପୁର ଥାନା ପୋଡ଼ାମାରି ଫାଣ୍ଡି  ଏଏସଆଇ ପ୍ରଭାତ କୁମାର ବାଲିକାନା ରବିବାର ଗିରଫ କରି ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ କୁ ଚାଲାଣ କରିଛନ୍ତି।ଥାନା ମାମଲା ନଂ.୩୬୫/୨୬ ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଅଭିଯୁକ୍ତ ସ୍ବାମୀ ସଦା ସର୍ବଦା ସ୍ତ୍ରୀ ଲିଲି ଏବଂ ତାଙ୍କ ପୁଅ ,ଝିଅ ଙ୍କୁ କିଛି କାରଣ ନଥାଇ ଛୋଟ ଛୋଟ କଥାରେ ମାଡ଼ ମାରୁଥିଲେ । ଗତ ଶୁକ୍ରବାର  ବିଜୟ ତାଙ୍କ ସ୍ତ୍ରୀ ଙ୍କୁ ନିସ୍ତୁକ ମାଡ଼ ମାରିଥିଲେ।ଲିଲି ୧୧୨ ପୋଲିସ ଟିମ୍ କୁ ଫୋନ କରିବାରେ ଫାଣ୍ଡି ଏଏସଆଇ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ବିଜୟଙ୍କୁ ବୁଝାସୁଝା କରି ଫେରିଥିଲେ। ଶନିବାର ଅପରାହ୍ନ ପ୍ରାୟ ୩ ଟାରେ  ବିଜୟ ନିଶାସକ୍ତ ଅବସ୍ଥାରେ ପୁଣି ଲିଲି ଙ୍କୁ  ତୁ କଣ ପାଇଁ କାଲି ପୋଲିସ କୁ ଡାକିଥିଲୁ କହି ସର୍ବସମ୍ମୁଖରେ ଗାଳି କରି ଅପମାନିତ କରିଥିଲେ। ଲିଲି ପ୍ରତିବାଦ କରିବାରୁ ବିଜୟ ତାଙ୍କୁ ମୁଥ, ଲାତ,ଗୋଇଠା ମାରି ତଳେ ପକାଇ  ଏକ ଲୁହା କୋଡ଼ି ରେ ତାଙ୍କୁ ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ।ଝିଅ ଆସି ଛଡାଇବାରୁ କୋଡ଼ି ଟି ତାଙ୍କ ବାମ ହାତକୁ ବାଜି ଆହାତ ହୋଇଥିଲେ।ଏନେଇ ଲିଲି ପାଟପୁର ଥାନାରେ ଏତଲା ଦେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା ଅଭିଯୁକ୍ତ ଙ୍କ ନାଁ ରେ ମକଦ୍ଦମା ରୁଜୁ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ