ସ୍ଥାୟୀ ନିଯୁକ୍ତି ଦାବୀ ନେଇ ୩୬ଦିନରେ ପହଞ୍ଚିଲା ଆନ୍ଦୋଳନ 

ଛତ୍ରପୁର, (ଦେବଦତ୍ତ ମହାରଣା): ଜମିହରା ଶିକ୍ଷିତ ତାଲିମପ୍ରାପ୍ତ ଯୁବକ ଯୁବତୀ ମାନଙ୍କୁ ସ୍ଥାୟୀ ନିଯୁକ୍ତି ସହ ବିଭିନ୍ନ ଦାବୀ ଗତ ଅଗଷ୍ଟ ୧୦ ତାରିଖ ଠାରୁ ଟାଟା ମୁଖ୍ୟଫାଟକ ସମ୍ମୁଖରେ ଆନ୍ଦୋଳନ ଓହ୍ଲାଇଛନ୍ତି । ଏନେଇ ଆଜି ଜିଲ୍ଲାପ୍ରଶାସନ , ଟାଟା କର୍ତ୍ତୃପକ୍ଷ , ଟିସିପିଏଲ ଅଧିକାରୀ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟ ରେ ତ୍ରିପାକ୍ଷୀକ ଆଲୋଚନା ବୈଠକ ସ୍ଥାନୀୟ ଉପଜିଲ୍ଲପାଳଙ୍କ ସମ୍ମିଳନୀ କକ୍ଷରେ ଉପଜିଲ୍ଲପାଳ ପ୍ରିୟ ରଂଜନ ପୃଷ୍ଟି ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଟିତ ଏହି ବୈଠକରେ ଟିସିପିଏଲରେ କାର୍ଯ୍ୟରତ ଠିକା ଶ୍ରମିକ ମାନଙ୍କୁ ପ୍ରତି ମାସର ୭ତାରିଖ ସୁଦ୍ଧା ନିର୍ଦ୍ଧାରିତ ମଜୁରୀ ପ୍ରଦାନ କରିବା, ବିସ୍ଥାପିତ ଓ ଜମିହରା, ତାଲିମପ୍ରାପ୍ତ ଯୁବକ ଯୁବତୀ ମାନଙ୍କୁ ଅଗ୍ରାଧିକାର ଭିତ୍ତିରେ ନିଯୁକ୍ତି ଦେବା, ଟାଟା ପରିସରରେ ଏକ ଅଭିଯୋଗ ପ୍ରକୋଷ୍ଠ ଖୋଲାଯାଇ ସେମାନଙ୍କ ସମସ୍ୟା ଗୁଡିକ ସମାଧାନ କରିବା, ମାସିକ ୨୨ଦିନ ବଦଳରେ ୨୬ଦିନ ଶ୍ରମ ଦିବସ ସୃଷ୍ଟି କରିବା, ଜାତୀୟ ଛୁଟି ଦିବସ ର ମଜୁରୀ ପ୍ରଦାନ କରିବା, ଠିକା ଶ୍ରମିକ ମାନଙ୍କ ଯାତାୟତ ନିମନ୍ତେ ସବୁ ଗ୍ରାମକୁ ବସ୍ ସେବା ଯୋଗାଇବା, ଆରପିଡିଏସି ର ସମସ୍ତ ଗାଇଡ ଲାଇନ ମାନିବା ଉପରେ ଆନ୍ଦୋଳନକାରୀ ମାନେ ଉପଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଆଲୋଚନାର କିଛି ଘଣ୍ଟା ପରେ ଆନ୍ଦୋଳନକାରୀ ମାନଙ୍କ କିଛି ଦାବୀ ଗୁଡିକ ସମାଧାନ ନିମନ୍ତେ ବାଟ ଫିଟିଥିବା ବେଳେ ଆଉ ରହିଥିବା ଦାବୀ ଗୁଡିକ ପୂରଣ କରିବା ନିମନ୍ତେ ଟାଟା କର୍ତ୍ତୃପକ୍ଷ ସେମାନଙ୍କ ଉପରସ୍ଥ ଅଧିକାରୀଙ୍କ ସହ ଆଲୋଚନା କରିବା ନିମନ୍ତେ ସମୟ ମାଗିଥିବା ରୁ ଏନେଇ ପୁଣି ଆସନ୍ତା ୧୫ଦିନ ପରେ ଆଗାମୀ ବୈଠକ ହେବ ବୋଲି ଶ୍ରମିକ ନେତା କେ. ଗଣେଷ ରେଡ୍ଡୀ ସୂଚନା ଦେଇଛନ୍ତି । ଅପରପକ୍ଷରେ ସେମାନଙ୍କ ପ୍ରାୟ ଦାବୀ ଗୁଡିକ ସମାଧାନ ପାଇଁ ଟାଟା କର୍ତ୍ତୃପକ୍ଷଙ୍କୁ ଉପଜିଲ୍ଲାପାଳ ନିର୍ଦ୍ଦେଶ ଦେବା ସହ ଅଭିଯୋଗ ପ୍ରକୋଷ୍ଠ ଖୋଲି ଶ୍ରମିକ ମାନଙ୍କ ସମସ୍ୟା ଗୁଡିକ ସମାଧାନ କରିବା ନିମିନ୍ତେ ପରାମର୍ଶ ଦେଇଛନ୍ତି । ଏହି ବୈଠକରେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଛତ୍ରପୁର ଏସଡିପିଓ ଗୈାତମ କିଷାନ, ଚମାଖଣ୍ଡି ଥାନା ଅଧିକାରୀ ସୀତାଶୁଂ ଶେଖର ମାନ୍ଧତା, ଆସିଷ୍ଟାଣ୍ଡ କଲେକ୍ଟର ବିକ୍ରମ କୁମାର ଦୋରା, ଛତ୍ରପୁର ଭାରପ୍ରପ୍ତ ଜିଲ୍ଲା ଶ୍ରମ ଅଧିକାରୀ ରବିନାରାୟଣ ତ୍ରିପାଠୀ, ଟାଟାର ସିନିୟର ମ୍ୟାନଜର ସବ୍ୟସାଚୀ କର, ଟିସିପିଏଲର ଅଧିକାରୀ ଧର୍ମା ସାଖିଆ, ଏପିପିଏଲର ଅଧିକାରୀ ଅନିଲ ଜାମଡାଙ୍ଗି, ଆନ୍ଦୋଳନକାରୀଙ୍କ ପକ୍ଷରୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ଜିଲ୍ଲା ଉପସଭାପତି ଶଙ୍କର ପ୍ରସାଦ ଦାଶ, ବି.ଚନ୍ଦ୍ରମଣି ପାତ୍ର, ସିଏଚ୍‌. ରଘୁନାଥ ରେଡ୍ଡୀ , ଶ୍ରମିକନେତା କେ.ଗଣେଶ ରେଡ୍ଡୀ, ସୋମାନଥ ସାହୁ, ଏନ.ଗଣେଶ ରେଡ୍ଡୀ, ଦୀପା ରେଡ୍ଡୀ, ସିଏଚ୍ . ଜଗାମ୍ମା ପାତ୍ର, ପି.ଦୀକ୍ଷା, ଏମ. ଉମାଶଙ୍କର ରେଡ୍ଡୀଙ୍କ ବହୁ ଠିକା ଶ୍ରମିକ ମାନେ ଉପସ୍ଥିତ ଥିଲେ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ