ସ୍ବଦେଶୀ ଟଗବୋଟର ନିର୍ମିତ ଓ ବ୍ୟବହାର ପାଇଁ ବୃହତ୍ତ ବନ୍ଦରଗୁଡ଼ିକୁ ନିର୍ଦ୍ଦେଶ

ପାରାଦୀପ,(ପିତବାସ ପ୍ରଧାନ): ଆତ୍ମ ନିର୍ଭର ଭାରତ ଅଭିଯାନ ଅବସରରେ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ଜାହାଜର ନିର୍ମାଣ ଓ ପୁନରୁଦ୍ଧାର କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ସମସ୍ତ ବୃହତ୍ତ ବନ୍ଦର ଗୁଡ଼ିକୁ ଭାରତ ନିର୍ମିତ ଟଗବୋଟ ଭଡାରେ ବା କିଣିବାକୁ ଜାହାଜ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସ୍ବଦେଶୀ ଜାହାଜ ନିର୍ମାଣ ଉଦ୍ୟେଗକୁ ପ୍ରୋତ୍ସାହିତ କରିବା ପାଇଁ ମେକଇନ୍ ଇଣ୍ଡିଆ ଅଭିଯାନକୁ କାର୍ଯ୍ୟକାରୀ କରିଛନ୍ତି । ଏହା ଆତ୍ମା ନିର୍ଭର ଭାରତ ଓ ଜାହାଜ ଚଳାଚଳକୁ ଉତ୍ସାହିତ କରିବା ସହ ଜାହାଜ ମରାମତି ଓ ଜାହାଜର ପୁନଃ ବିନିଯୋଗ କ୍ଷେତ୍ରରେ ଆର୍ନ୍ତଜାତୀୟ ସ୍ତରରେ ପରିଚୟ ସଷ୍ଟି କରିବ ବୋଲି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ମନସ୍ଥ ମଣ୍ଡଭିୟା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ