ସ୍ଵାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ବେଲଗୁଣ୍ଠା, (ସନ୍ତୋଷ ବିଶୋୟୀ):ମାଆମାନେ ଶିଶୁଙ୍କୁ ସ୍ତନ୍ୟପାନ କରାଇବାର ଉପାଦେୟତା ସମ୍ପର୍କରେ ଜଣାଇବା ପାଇଁ ବେଲଗୁଣ୍ଠା ବ୍ଳକ୍ ର ଗାଙ୍ଗପୁର,ବୋରୀ ଏବଂ ପାଇଲିପଡ଼ା ସ୍ଵାସ୍ଥ୍ୟ ଓ ଆରୋଗ୍ଯ କେନ୍ଦ୍ରରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି I ଗାଙ୍ଗପୁରରେ ବେଲଗୁଣ୍ଠା ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡକ୍ଟର୍ ବାଲୁଙ୍କେଶ୍ୱର ଷଡଙ୍ଗୀଙ୍କ ଅଧ୍ୟକ୍ଷତା ଏବଂ ସ୍ଵାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆୟୁଷ ଡ଼ାକ୍ତର ପାଣ୍ଡବ ସ୍ୱାଇଁଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବୋରୀ ଠାରେ ଗାଙ୍ଗପୁର ସରପଞ୍ଚ ସୁରେନ୍ଦ୍ର କୁମାର ଡାକୁଆଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏଠାରେ ଆୟୁଷ ଡ଼ାକ୍ତର ପାଣ୍ଡବ ସ୍ୱାଇଁ, ସ୍ୱାସ୍ଥ୍ୟ ନୀରିକ୍ଷକ ଶୁଭ୍ରମନ୍ୟୁ କର, ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ରାମହରି ପଣ୍ଡା, ସିଏଚ୍ଓ ମନ୍ଦାକିନୀ ସମୁଦ୍ର, ବିପିଏମ୍ ଦୁର୍ଗାପ୍ରସାଦ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ସ୍ତନ୍ୟପାନ ସୁରକ୍ଷା ଏବଂ ଦାୟିତ୍ୱବୋଧ ସମ୍ପର୍କରେ ଆଲୋଚନା କରିଥିଲେ I ସେହିପରି ପାଇଲିପଡ଼ା ସ୍ୱାସ୍ଥ୍ୟ ଏବଂ ଆରୋଗ୍ୟ କେନ୍ଦ୍ରରେ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଆୟୁଷ ଡ଼ାକ୍ତର ସରୋଜ ପ୍ରଧାନଙ୍କ ଅଧ୍ୟକ୍ଷତା ଏବଂ ସ୍ୱାସ୍ଥ୍ୟ ନୀରିକ୍ଷକ ଶ୍ରୀ କରଙ୍କ ସଂଯୋଜନାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଏହି ଅବସରରେ ଉପସ୍ଥିତ ମାଆ ମାନଙ୍କୁ ସ୍ତନ୍ୟପାନ ଉଭୟ ମାଆ ଏବଂ ଶିଶୁଙ୍କ ସ୍ଵାସ୍ଥ୍ୟ ପ୍ରତି କେତେ ଲାଭ ଦାୟକ ତାହା ବୁଝାଯିବା ସହିତ ପୋଷଣ ତତ୍ତ୍ଵରେ ଭରପୁର୍ ହୋଇଥିବା ମାଆର ପ୍ରଥମ କଷ କ୍ଷୀରକୁ ନ ଫୋପାଡ଼ି ଶିଶୁଙ୍କୁ ପିଆଇବା ପାଇଁ ପରାମର୍ଶ ଦିଆଯାଇଥିଲା I ମାଆ ମାନଙ୍କୁ ସ୍ତନ୍ୟପାନ ବିଷୟରେ ସମ୍ପୂର୍ଣ୍ଣ ସଚେତନ କରାଇବା ଦାୟିତ୍ୱ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ ଏବଂ ସ୍ଵାସ୍ଥ୍ୟ କର୍ମୀଙ୍କର ବୋଲି ମତ ପ୍ରକାଶ ପାଇଥିଲା I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ