ସ୍ୱର ନିୟନ୍ତ୍ରିତ ଏଆଇ ସାଇକେଲ

ଚାଇନାର ଶିଙ୍ଗୁଆ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି (ଏଆଇ) ସାଇକେଲ ପ୍ରସ୍ତୁତ କରିଛନ୍ତି । ଏହି ସାଇକେଲ ସ୍ୱର ଦ୍ୱାରା ନିୟନ୍ତ୍ରଣ ହୋଇପାରୁଛି । ଚାଳକ ମାଇକ୍ରୋଫାନ ସ୍ୱରରେ ଏହାକୁ ନିୟନ୍ତ୍ରଣ କରେ । ସାଇକେଲରେ ଏକ ଭଏସ୍ ଆସିଷ୍ଟାଣ୍ଟ୍ ଆଲେକ୍ସା ଲଗାଯାଇଛି ଯାହା ଶବ୍ଦ ବାରି ବେଗ ବଢ଼ାଇଥାଏ । କେବଳ ଏତିକି ନୁହେଁ, ସ୍ୱର କିମ୍ବା ଶବ୍ଦ ମାଧ୍ୟମରେ ଏହା ଡାହାଣ ଏବଂ ବାମକୁ ଯାଇପାରୁଛି । ସାଇକେଲରେ ଲାଗିଥିବା କ୍ୟାମେରା ରାସ୍ତାରେ ଥିବା ବାଧା ସମ୍ପର୍କରେ ସୂଚନା ଦେଇ ବେଗ ନ ବଢ଼ାଇବା ପାଇଁ ସତର୍କ କରିଦିଏ ଓ ଆପଣାଛାଏଁ ଭାରସାମ୍ୟ ରକ୍ଷା କରିଥାଏ । ସାଇକେଲର ପଛ ଚକରେ ଏଆଇ ଚିପ୍ସ ଲଗାଯାଇଛି । ଏଥିରେ ଲଗାଯାଇଥିବା ସେନ୍ସରରୁ ଜାଣିହୁଏ ଏହା କେତେ ସ୍ପିଡ୍ରେ ଚାଲୁଛି । ଏହା ଆଗରେ ଯଦି କେହି ରହିଯାନ୍ତି ତେବେ ଏହା ଦିଗ ବଦଳାଇ ପୁଣି ସିଧା ଚାଲିପାରିବ । ଏହା ରାସ୍ତାରେ ଥିବା ସ୍ପିଡ୍ ବ୍ରେକର ଓ ଟ୍ରାଫିକକୁ ଜାଣିବାରେ ବି ସକ୍ଷମ । ଏହି ସାଇକେଲରେ ପେଡାଲ ମାରିବାକୁ ପଡିନଥାଏ । ନେଚର ଜର୍ନାଲରେ ପ୍ରକାଶିତ ତଥ୍ୟରୁ ଜଣାପଡ଼େ ଯେ,ଏଆଇ ସାଇକେଲରେ ଗୋଟିଏ ଦେଶରୁ ଆଉ ଏକ ଦେଶକୁ ଯାଇହେବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ