ନୂଆ ବାୟୋମେଟ୍ରିକ ଲେନ୍ସ: ପାଖ ଦୂର ଜିନିଷ ଦେଖିହେବ

କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ଗବେଷକମାନେ ଏକ ସ୍ୱତନ୍ତ୍ର ଧରଣର ଲେନ୍ସ ପ୍ରସ୍ତୁତ କରିଛନ୍ତି ଯାହା ମାଧ୍ୟମରେ ଦୂର କିମ୍ବା ପାଖ ଜିନିଷ ଭଲ ଭାବରେ ଦେଖିହେବ । ଯେଉଁମାନଙ୍କର ଦୃଷ୍ଟିଶକ୍ତି ପୂରା କମ୍ ସେମାନଙ୍କ ପାଇଁ ଏହା ଉପଯୋଗୀ ହେବ ବୋଲି ଗବେଷକମାନେ କହିଛନ୍ତି । ଏହି ଲେନ୍ସ ଇଲେକ୍ଟ୍ରୋ ଆକ୍ଟିଭ ପଲିମର୍ ଫିଲ୍ମରେ ତିଆରି କରାଯାଇଛି । ଦୂର କିମ୍ବା ପାଖ ଜିନିଷ ଦେଖିବାକୁ ହେଲେ ଆଖି ମୁଭମେଣ୍ଟ କରିବାକୁ ହେବ । ଏଥିରେ ବି ସ୍ୱତନ୍ତ୍ର କିସମର ତାର ବ୍ୟବହାର କରାଯାଇଛି ଯାହା କରେଣ୍ଟ ଉତ୍ପନ୍ନ କରିବାରେ ସାହାଯ୍ୟ କରେ । ଏହା ଲେନ୍ସକୁ ଚାଳନା କରିବାରେ ସାହାଯ୍ୟ କରିଥାଏ । ଦୁଇ ଥର ଆଖି ପତା ପକାଇଲେ ଦୂର ଓ ପୁଣି ଦୁଇଥର ପକାଇଲେ ପାଖ ଜିନିଷ ସ୍ପଷ୍ଟ ଦେଖିହେବ । ଆଖିର ମୁଭ୍ମେଣ୍ଟ ବାୟୋନିକ ଆଏକୁ ସିଗ୍ନାଲ ବି ଦିଏ । ଏହାକୁ ଆଗକୁ ରୋବୋଟିକ ଆଏରେ ମଧ୍ୟ ବ୍ୟବହାର କରାଯାଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ