ସ୍ୱାଧୀନତା ସଂଗ୍ରାମୀ ସମିତି ପକ୍ଷରୁ ଶହୀଦ ଦିବସରେ ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି, ଉତ୍ତରାଧିକାରୀ ସଂଯୁକ୍ତ ସଂଗଠନ ଓ ଗାନ୍ଧୀ ସର୍ବୋଦୟ ମଣ୍ଡଳ ସମିତି ପକ୍ଷରୁ ଶହୀଦ ଦିବସ ଅବସରରେ ଜାତିରପିତା ମହାତ୍ମାଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଆଜିର ଦିନରେ ନାଥୁରାମ ଗଡସେ ନାମକ ଜଣେ ଆତତାୟୀ ପ୍ରାର୍ଥନା ସଭାରେ ଗାନ୍ଧିଜୀଙ୍କୁ ଗୁଳି କରି ହତ୍ୟା କରିଥିଲା । ତେଣୁ ଏହି ଦିବସକୁ ମନେପକାଇବାକୁ ରାଷ୍ଟ୍ରବ୍ୟାପି ଜାନୁ।।ରୀମାସ ୩୦ତାରିଖକୁ ଶହୀଦ ଦିବସ ଭାବେ ପାଳନ କରାଯାଇଥାଏ । ତେଣୁ ଜିଲ୍ଲା ସ୍ୱାଧୀନତା ସଂଗ୍ରାମୀ ସମିତି ସଭାପତି ବିମ୍ବାଧର ମୁଦୁଲି,ଉପସଭାପତି ଫକିର ମୋହନ ଦାସ, ମୁଖ୍ୟ ଉପଦେଷ୍ଟା ପ୍ରଫେସର ନନ୍ଦ କିଶୋର ପରିଡା, ଡା. ବାସୁଦେବ ଦାସ, ସମ୍ପାଦକ ପଦ୍ମନାଭ ଦାସ, ଉତ୍ତରଦାୟାଦ ସଂଗଠନର କାର୍ଯ୍ୟକାରୀ ସଭାପତି କୁଳମଣି ରାଉତ, ଉପସଭାପତି ବାଉରୀବନ୍ଧୁ ଦାସ, ଅମୁଲ୍ୟ ନନ୍ଦ ସାହୁ, ପ୍ରଦୀପ ଦାସ, ମିନତୀ ଦାସଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗଦେଇ ପ୍ରଥମେ ଗରାପୁର ଡାକବଙ୍ଗଳା ଛକରେ ଥିବା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ । ଏହାପରେ ପୁରୁଣା ବସଷ୍ଟାଣ୍ଡରେ ଥିବା ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯିବା ପରେ ତିନିମୁହାଣି ଛକରେ ଥିବା ଶହୀଦସ୍ତମ୍ବ, ବାଲିଆ ଓ ପରେ ସଲାର ଠାରେ ଥିବା ଗାନ୍ଧୀଙ୍କ ସ୍ମୃତିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ ।


