ସ୍ୱାମୀ ସାଜିଲା ସଇତାନ , ସ୍ତ୍ରୀକୁ ଛୁରିରେ ,୩ ଛୁଆକୁ ତଣ୍ଟି ଚିପି ହତ୍ୟା
ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ମହରୈାଲି ଅଂଚଳରେ ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି । ଶିକ୍ଷକ ସ୍ୱାମୀ ନିଜର ସ୍ତ୍ରୀ କୁ ଛୁରୀରେ ଭୁସି ହତ୍ୟା କରିବା ସହ ତାଙ୍କ ଜନ୍ମିତ ୩ ଶିଶୁ ଙ୍କୁ ତଣ୍ଟିଚିପି ହତ୍ୟା କରିଛି । ଏଭଳି ଘଟଣା ଅଂଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ପେଶାରେ ଜଣେ ଶିକ୍ଷକ ଓ , ସେ ଟିୟୁସନ କରି ମଧ୍ୟ ପରିବାର ପୋଷଣ କକରୁଥିଲେ । ଶୁକ୍ରବାର ମଧ୍ୟରାତ୍ରରେ ଶିକ୍ଷକ ସ୍ୱାମୀ ଉପେନ୍ଦ୍ର ଶୁକ୍ଲା ନିଜ ସ୍ତ୍ରୀ ଓ ତିନି ଛୁଆ ଥିବା ବେଳେ ବଡ ଝିଅକୁ ୭ ବର୍ଷ ହୋଇଥିବାବେଳେ ସାନ ଝିଅକୁ ୫ ବର୍ଷ , ଓ ପ୍ରୁଅକୁ ୨ ବର୍ଷ ହୋଇଥିଲା । ସ୍ୱାମୀ ଶୁକ୍ରବାର ମଧ୍ୟ ରାତ୍ର ୧ ଠାରୁ ୧. ୩୦ ମଧ୍ୟରେ ଏଭଳି ହତ୍ୟାକାଣ୍ଡ ହୋଇଥିବା ଜଣାପଡିଛି । ସକାଳେ ପୁଅ କବାଟ ନଖୋଲିବାରୁ ତାଙ୍କ ମା ପଡୋଶୀ ଲୋକ ମାନଙ୍କୁ କହିଥିଲେ । ଏହା ପରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପୋଲିସ ଅଭିଯୁକ୍ତ ସ୍ୱାମୀଙ୍କୁ ଗିରଫ କରିବା ସହ ୪ ମୃତ ଦେହ ଉଦ୍ଧାର କରି ହସପିଟାଲକୁ ଶବବେବଚ୍ଛେଦ ନିମନ୍ତେ ପଠାଇଛି । ପୋଲିସ ଦ୍ୱାରା ଗିରଫ ହୋଇଥିବା ସ୍ୱାମୀ ନିଜର ମାନସିକ ଭାରସାମ୍ୟ ହରାଇ ଏଭଳି ନାରାକୀୟକାଣ୍ଡ ଘଟାଇଥିବା ଉପେନ୍ଦ୍ର ସ୍ୱୀକାର କରିଛି । ରୁମରୁ ଉପେନ୍ଦ୍ର ଙ୍କ ହାତ ଲେଖା ଚିଠି ମଧ୍ୟ ପୋଲିସ ଜବତ କରିବା ସହ ହତ୍ୟାରେ ବ୍ୟବହୃତ ହୋଇଥିବା ଛୁରୀକୁ ମଧ୍ୟ ପୋଲିସ ଜବତ କରିଛି ।


