ପ୍ରାଣୀ ପରି ଚାଲନ୍ତି ୫ ଭାଇଭଉଣୀ
ପୃଥିବୀରେ ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ବିଭିନ୍ନ ଅଜବ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି । ଡାକ୍ତର ଓ ଗବେଷକମାନେ ଏଭଳି ରୋଗ ଉପରେ ଅନେକ ଗବେଷଣା କରନ୍ତି । କିଛି ରୋଗର କାରଣ ଜଣାପଡ଼ିବା ସ୍ଥଳେ ଆଉ କିଛି ରୋଗର କାରଣ ରହିଯାଏ ରହସ୍ୟ ହୋଇ । ସେମିତି ଏକ ରୋଗରେ ପୀଡ଼ିତ ଅଛନ୍ତି ତୁର୍କୀର ଏକ ପରିବାରର ୫ ଭାଇଭଉଣୀ । ଏହି ପରିବାର ବୈଜ୍ଞାନିକମାନଙ୍କ ପାଇଁ ବି ରହସ୍ୟ ହୋଇ ରହିଛନ୍ତି । ଏମାନଙ୍କ ଚାଲିବା ଶୈଳୀ ସମସ୍ତଙ୍କୁ ଚକିତ କରାଏ । କାରଣ ସେମାନେ ପାଦ ସହ ଦୁଇ ହାତ ବ୍ୟବହାର କରି ପ୍ରାଣୀଙ୍କ ଭଳି ଚାଲନ୍ତି । ଏମିତିକି ସେମାନେ ଅଧିକ ସମୟ ସିଧାହୋଇ ଠିଆ ହୋଇପାରନ୍ତି ନାହିଁ । ୨୦୦୫ରେ ଏହି ଭାଇଭଉଣୀ ଦୁନିଆ ସାମ୍ନାକୁ ଆସିଥିଲେ । ତୁର୍କୀର ହେତି ପ୍ରାନ୍ତରେ ରହନ୍ତି ଏହି ପରିବାର । ଏଥିରେ ରହୁଥିବା ୫ ଭାଇଭଉଣୀଙ୍କର ବୟସ ୨୫-୪୦ ବର୍ଷ ମଧ୍ୟରେ । ଏମାନଙ୍କୁ ଚଲାବୁଲାରେ କଷ୍ଟ ହୁଏ । ହାତଗୋଡ଼ ମିଶାଇ ସେମାନେ ପ୍ରାଣୀଙ୍କ ଭଳି ଚାଲନ୍ତି । କାରଣ ସେମାନଙ୍କ ଆଣ୍ଠୁ ଓ କହୁଣୀ ସବୁବେଳେ ମାଡ଼ିହୋଇ ରହିଥାଏ । ବହୁତ କମ୍ ସମୟ ଏମାନେ ତାକୁ ସିଧା କରିପାରନ୍ତି । ଆଶ୍ଚର୍ଯ୍ୟର କଥା ଏମାନଙ୍କ ମା’ବାପା ସାଧାରଣ ମଣିଷଙ୍କ ଭଳି ସାମାନ୍ୟ । ତାଙ୍କର ଅନ୍ୟ ୧୪ ଭାଇଭଉଣୀ ବି ସାମାନ୍ୟ । ଏହି ୫ ଭାଇଭଉଣୀଙ୍କ ଉପରେ ବହୁତ ଗବେଷଣା କରାଯାଇଛି । କିଛି ଗବେଷଣା କହେ, ଆନୁବଂଶିକ କାରଣରୁ ଏଭଳି େହୋଇଛି । କିଛି ବୈଜ୍ଞାନିକ କହନ୍ତି ସେମାନେ କୌଣସି ଦୁର୍ଲ୍ଲଭ ରୋଗରେ ଆକ୍ରାନ୍ତ । ଆଉ କିଛି ଗବେଷଣା କହନ୍ତି, ଏହା ସେରିବେଲର ହୋଇପୋପ୍ଲାସିଆ କାରଣରୁ େହୋଇଥାଏ । ଏଥିରେ ଶରୀରର ସନ୍ତୁଳନ ରକ୍ଷା କରିବା କ୍ଷମତା ରହି ନ ଥାଏ । ମିଡିଆ ରିପୋର୍ଟ ଅନୁସାରେ ତୁର୍କର ଜଣେ ବାୟୋଲୋଜିଷ୍ଟ ଦାବି କରିଛନ୍ତି ଯେ, ଏହି ଭାଇଭଉଣୀ ଉନର ଟୈନ ସିଣ୍ଡ୍ରୋମରେ ଆକ୍ରାନ୍ତ । ସେମାନଙ୍କର ବ୍ରେନ୍ ଡ୍ୟାମେଜ୍ ସମସ୍ୟା ବି ରହିଛି । ସେମାନଙ୍କ କହିବାନୁସାରେ ଯେଉଁମାନେ ଏହି ସିଣ୍ଡ୍ରୋମରେ ଆକ୍ରାନ୍ତ େହୋଇଥାଆନ୍ତି ସେମାନେ ହାତଗୋଡ଼ ଉଭୟ ବ୍ୟବହାର କରି ଚାଲନ୍ତି । ସେମାନଙ୍କର କହିବା ଶକ୍ତି ଓ ମାନସିକ ବିକାଶ ପ୍ରଭାବିତ ହୋଇଥାଏ । ସେମାନଙ୍କ ହିସାବରେ ଏହି ପରିବାର ଓଲଟା ବିକାଶ ବା ରିଭର୍ସ ବିକାଶର ଉଦାହରଣ ନୁହଁନ୍ତି ।


