ସ୍ୱେଚ୍ଛାସେବୀ ସେବାକେନ୍ଦ୍ର ତରଫରୁ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):ତମାଖୁ ସେବନ, କର୍କଟ ରୋଗର କାରଣ । ଓଡ଼ିଆରେ ଗୋଟିଏ ଢଗ ଅଛି, ପାନ ବିିଡ଼ି ନୁହେଁ ଛୋଟିଆ ନିଶା, ଜଣା ପଡ଼େନାହିଁ ଟାଣେ ପଇସା । ତେଣୁ ତମାଖୁ ଛାଡ଼, ଭବିଷ୍ୟତ ଗଢ । ଛୋଟ ପିଲାଙ୍କ ହାତରେ ତମାଖୁ ମଗାନ୍ତୁ ନାହିଁ । ଶରୀର ସୁସ୍ଥ ରଖିବା ପାଇଁ ତମାଖୁ ବର୍ଜନ କରିବା ଆଦି ସ୍ଲୋଗାନ ଦେଇ ସ୍ୱେଚ୍ଛାସେବୀ ସେବାକେନ୍ଦ୍ରର ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିଶ୍ୱ ତମାଖୁ ବର୍ଜନ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସ୍ୱେଚ୍ଛାସେବୀ କେନ୍ଦ୍ରର ସମ୍ପାଦକ ବାପି ନାୟକ ନିଶା ସେବନ ଦ୍ୱାରା ସୃଷ୍ଟି ହେଉଥିବା ବିଭିନ୍ନ ରୋଗ ବିଷୟରେ ସାଧାରଣ ଜନତାଙ୍କୁ ସଚେତନ କରାଇଥିଲେ । ସେ ଆହୁରି କହିଥିଲେ ଯେ, ସିନେ ତାରକାମାନଙ୍କ ଠାରୁ ଅନୁପ୍ରାଣିତ ହୋଇ ନିଶା ସେବନ ଶିଖନ୍ତୁ ନାହିଁ, ନିଜର ସୁନ୍ଦର ଭବିଷ୍ୟତକୁ ଅନ୍ଧକାର ଭିତରକୁ ଠେଲି ଦିଅନ୍ତୁ ନାହିଁ । ଶଙ୍କର ସୋରେନ, ଭାଗ୍ୟଲକ୍ଷ୍ମୀ, ଅମିତ, ପୃଥି, ଅସିତ ଜେନା, ଅଙ୍କିତ ସାହୁ, ପ୍ରିୟାଲି ପ୍ରମୁଖ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ