ହତ୍ୟାକାଣ୍ଡର ସାକ୍ଷୀଙ୍କୁ ମରଣାନ୍ତକ ଆକ୍ରମଣ ଉଦ୍ୟମ, ଥାନାରେ ଅଭିଯୋଗ

ଯୋଡ଼ା,(ଯୁଗାବ୍ଦ ନ୍ୟୁଜ୍‌): କେନ୍ଦୁଝର ଜିଲା ଯୋଡା ଥାନା ଅନ୍ତର୍ଗତ ବାଂଶପାଣିଠାରେ ରହୁଥିବା ଘାସିନାଥ ପାତ୍ର ନାମକ ଜଣେ ବ୍ୟକ୍ତିଙ୍କୁ ବନ୍ଧୁକ ଦେଖାଇ ଜୀବନରେ ମାରିଦେବାର ଉଦ୍ୟମ କରାଯାଇଥିବା ନେଇ ଯୋଡା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ଜଣାପଡିଛି ଯେ, ଘାସିନାଥ ପାତ୍ର ଗତ ତା ୨୫/୦୧/୨୦୨୦ ରିଖ ଶନିବାର ପୂର୍ବାହ୍ନ ୯.୩୦ ମିନିଟ୍ ସମୟରେ ତାଙ୍କ ଭଉଣୀଙ୍କ ଘରୁ  ନିଜ ଘର ଅଭିମୁଖେ ଯାଉଥିବା ବେଳେ ବାଂଶପାଣି ରେଲେଓ କ୍ରସିଂ ବ୍ରିଜ୍ ନିକଟରେ ୧୦ ରୁ ୧୨ ଜଣ ଯୁବକ ତାଙ୍କ ବାଇକ୍ କୁ ଅଟକାଇଥିଲେ । ସେମାନଙ୍କ ମଧ୍ୟରୁ  ୨ ଜଣ ଯୁବକ ପ୍ରଥମେ ବାଟୁଳି ମାଧ୍ୟମରେ ତାଙ୍କୁ ଆକ୍ରମଣ କରିଥିଲେ । ସ୍ଥାନୀୟ ଯୁବକ ଡଜର ଓ ତା’ର ଭାଇ ଘାସିନାଥଙ୍କ ଛାତିରେ ବନ୍ଧୁକ ଲଗାଇ ଜୀବନରେ ମାରିଦେବାକୁ ଉଦ୍ୟମ କରୁଥିବା ବେଳେ ଘାସିନାଥ କୌଶଳ କରି, ବାଇକ୍ ଛାଡି  ସେମାନଙ୍କୁ ଠେଲି ସେଠାରୁ ଦୌଡି ପଳାଇ ନିକଟସ୍ଥ କମାରଯୋଡା ଗ୍ରାମର ଗଣେଶ ପାତ୍ରଙ୍କ ଘରେ ପଶିଯାଇ ପ୍ରାଣ ବଂଚାଇଥିଲେ । ପରେ ସେ ତାଙ୍କ ସାଙ୍ଗ ଏବଂ ପରିବାର ଲୋକଙ୍କୁ ଡକାଇ ସେଠାରୁ ବାହାରିଥିଲେ । ସୂଚନାଯୋଗ୍ୟ ଯେ, ୨୦୧୩ ମସିହାରେ ବାଂଶପାଣିଠାରେ ବହୁ ଚର୍ଚ୍ଚିତ ସୁଶିଲ୍ ପରମାଣିକ୍ ହତ୍ୟାକାଣ୍ଡ ଘଟଣାରେ ଘାସିନାଥ ପାତ୍ର ଓ ତାଙ୍କ ଭଣଜା ରାଜକିଶୋର ପାତ୍ର ମୁଖ୍ୟ ସାକ୍ଷୀ ଥିବା ବେଳେ କିଛି ଦିନ ପୂର୍ବେ ଘାସିନାଥ ପାତ୍ରଙ୍କ  ଭଣଜା ରାଜକିଶୋର ପାତ୍ରଙ୍କୁ ମଧ୍ୟ ମରଣାନ୍ତକ ଆକ୍ରମଣ ଉଦ୍ୟମ କରାଯାଇଥିଲା ଓ ଏନେଇ ଯୋଡା ଥାନାରେ ଅଭିଯୋଗ କରାଯାଇଥିବା ଘାସିନାଥ ପାତ୍ର ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ପୋଲିସ ଏହି ଘଟଣାର ଅନୁସନ୍ଧାନ କରୁଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ