ହାଇକୋର୍ଟର ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବୀ ନେଇ ଗଣଧାରଣା
ବ୍ରହ୍ମପୁର , (ଯୁଗାବ୍ଦ ନ୍ୟୁଜ) : ହାଇକୋର୍ଟ ସ୍ଥାୟୀବେଞ୍ଚ ପ୍ରତିଷ୍ଠା ଦାବୀ ନେଇ ସଂସ୍କାରବାଦୀ ସ୍ୱେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ବ୍ରହ୍ମପୁରକୋର୍ଟ ପରିସରରେ ଥିବା ଉକ୍ରଳ ଗୈାରବ ମଧୁବାବୁଙ୍କ ପ୍ରତିମର୍ତ୍ତୀଠାରେ ସଭାପତି ତ୍ରିନାଥ ମହାରଣାଙ୍କ ନେତୃତ୍ୱରେ ଓକିଲମାନେ ଧାରଣା ଦେଇଥିଲେ । ୧୯୮୬ମସିହାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ୱର୍ଗତ ସୋମନାଥ ରଣା ବ୍ରହ୍ମପୁରଠାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ନିମନ୍ତେ ଲୋକସଭାରେ ଦାବୀ ଉଠାଇଥିଲେ ମଧ୍ୟ ବର୍ତ୍ତମାନ ପାଞ୍ଚ ଦଶନ୍ଧି ବିତିଯାଇଥିଲେ ସୁଦ୍ଧା ରାଜ୍ୟସରକାର ଉକ୍ତ ନାର୍ଯ୍ୟ ପ୍ରସ୍ତାବକୁ ଗୁରୁତ୍ୱ ନଦେବା ଏକ ଦୁଃଖର ବିଷୟ ବୋଲି ସଂଘର ସଭାପତି ରବି ପାଣିଗ୍ରାହୀ ମତବ୍ୟକ୍ତ କରିଥିଲେ । ଏହି ଆନ୍ଦୋଳନରେ ବୃନ୍ଦାବନ ଖଟେଇ , ମୋହନ ସିଂଗାରି, ସୁରେନ୍ଦ୍ର ପାଣିଗ୍ରାହୀ, ରାମେଶ୍ୱର ଶତପଥୀ, କିଶୋର ଚନ୍ଦ୍ର ବ୍ରହ୍ମା ପ୍ରମୁଖ ଯୋଗଦେଇଥିଲେ ।


