ପାଣି ପଞ୍ଚାୟତ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଶେଷ
ବନ୍ତ,(ଯୁଗାଦ୍ଧ ନ୍ୟୁଜ୍) : ଗତ ୨୬ ତାରିଖ ଠାରୁ ୬ ଦିନ ଧରି ବନ୍ତ ବ୍ଲକର ୨ଟି ସେକ୍ସନ ଅଧିନରେ ଥିବା ୨୦ଟି ପାଣି ପଞ୍ଚାୟତ ପାଇଁ ଭୋଟର ତାଲିକା ସଂଶୋଧନ ଓ ନାମ ପଞ୍ଜୀକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଶନିବାର କାର୍ଯ୍ୟକ୍ରମର ଅନ୍ତିମ ଦିବସ ସୁଦ୍ଧା ପ୍ରାୟ ୨୫୦ ଜଣ ଚାଷୀ ଭୋଟର ତାଲିକା ସଂଶୋଧନ ଓ ପଞ୍ଜୀକରଣ ପାଇଁ ଆବେଦନ କରିଥିବା ଜାଣିବାକୁ ମିଳିଛି । ଏସ୍.ଡି.ଓ ପ୍ରଣବ କୁମାର ନାୟକଙ୍କ ତତ୍ତ୍ୱାବଧାନରେ କନିଷ୍ଠ ଯନ୍ତ୍ରୀ ମନୋଜ କୁମାର ସେଠୀ, କର୍ମଚାରୀ ପ୍ରଶାନ୍ତ କୁମାର ରାଉତ, ସୁରେନ୍ଦ୍ର ନାୟକ, ସନ୍ଧ୍ୟାରାଣୀ ଜେନା ପ୍ରମୁଖ ଉପସ୍ଥିତ ରହି ଚାଷୀ ମାନଙ୍କ ଠାରୁ ଆବେଦନ ଫର୍ମ ଗ୍ରହଣ କରିଥିଲେ ।


