ୱାର୍ଡ଼ ନଂ-୩୬ରେ ନୂତନ ୱାର୍ଡ଼ ଅଫିସ୍ ଉଦ୍ଘାଟିତ
ଭୁବନେଶ୍ୱର, : ରାଜ୍ୟ ସରକାରଙ୍କ ସହଯୋଗରେ ପବିତ୍ର ସ୍ୱାୟତ୍ତ ଶାସନ ଦିବସ ଅବସରରେ ୱାର୍ଡ଼ ନଂ-୩୬ ଅନ୍ତର୍ଗତ କର କ୍ଲିନିକ୍ ନିକଟରେ ପୂର୍ବତନ କର୍ପୋରେଟର ବରିଷ୍ଠ ନାଗରିକ, ବୁଦ୍ଧିଜୀବୀ, ସ୍ୱୟଂ ସହାୟକ ଗୋଷ୍ଠୀ, ଜନସାଧାରଣ ଓ କର୍ମକର୍ତ୍ତାଙ୍କ ଉପସ୍ଥିତିରେ ଏକ ନୂତନ ‘ୱାର୍ଡ଼ ଅଫିସ୍’ର ଶୁଭ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର, ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍ଗୋ ଏବଂ ଶିକ୍ଷାବିତ୍ ସୌରେନ୍ଦ୍ର ମହାପାତ୍ର ପ୍ରମୁଖ ମୁଖ୍ୟଅତିଥି ଭାବେ ଯୋଗଦେଇ ୱାର୍ଡ଼ ଅଫିସ୍କୁ ଉଦ୍ଘାଟନ କରିଥିଲେ । ଏହି ନୂତନ ୱାର୍ଡ଼ ଅଫିସ୍ ତତ୍ତ୍ୱାବଧାନରେ ସଫେଇ କାର୍ଯ୍ୟକ୍ରମ, ଜୀବାଣୁମୁକ୍ତ ତୈଳ ସିଞ୍ଚନ, ଡ୍ରେନେଜ୍ ସଫେଇ କାର୍ଯ୍ୟକ୍ରମ, ଅଳିଆ ଉଠାଣ ଓ ଅନ୍ୟାନ୍ୟ ଅଭିଯୋଗ ଶୁଣାଣୀ ଇତ୍ୟାଦି ଜନସାଧାରଣଙ୍କ ସୁବିଧା ପାଇଁ କରାଯିବ । ଏହି ଉତ୍ସବରେ ପୂର୍ବତନ କରର୍ପୋରେଟର ନରେନ ସାହୁ, ଶିବ ସୁଆର, ଏସ୍.କେ. ତନବୀର, ଭାଗିରଥୀ ଦାସ, ଏସ୍.କେ. ମେହେବୁବ୍, ରାମଚନ୍ଦ୍ର ପଣ୍ଡା, ଝରିଆ ରାଉତ ଓ ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ ।


