ହାଟଡ଼ିହି କଲେଜରେ ରକ୍ତଦାନ ଶିବିର

ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡ଼ିହି ଆଞ୍ଚଳିକ ମହାବିଦ୍ୟାଳୟରେ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ କଲେଜର ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ରକ୍ତଦାନ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ହାଟଡ଼ିହି ବ୍ଲକ ଅଧ୍ୟକ୍ଷା ସାବିତ୍ରୀ ସେଠୀ, ସମ୍ମାନୀତ ଅତିଥି ଭାବେ, ହାଟଡ଼ିହି ବ୍ଲକ ବିଡ଼ିଓ ସୌମ୍ୟଶ୍ରୀ ପାଣିଗ୍ରାହୀ, ଓଡିଶା ମୋ ପରିବାରର ଜିଲ୍ଲା ସଂଯୋଜକ ପ୍ରଦୀପ ସାହୁ, ରାଜ୍ୟ ଛାତ୍ର ବିଜେଡିର ସାଧାରଣ ସମ୍ପାଦକ ଅମରେନ୍ଦ୍ର ଧଳ, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ଜେନା, ହାଟଡ଼ିହି ପଞ୍ଚାୟତର ସରପଞ୍ଚ ଚିନ୍ମୟ ନାୟକ, ଅଭୀମନ୍ୟୁ ସେଠୀ, ବିଶ୍ୱନାଥ ନାୟକ, ପ୍ରମୁଖ ଯୋଗଦେଇ ନୂଆ ଓ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀଙ୍କ ଭିତରେ ସାମାଜିକ କର୍ତ୍ତବ୍ୟ ବୋଧତା ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଶିବିର ରୁ ୫୦ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା। ଆନନ୍ଦପୁର ରକ୍ତଭଣ୍ଡାର ର ଡାକ୍ତର ପ୍ରଭାସ ସିଂ, ସୁଜାତା ମହାପାତ୍ର, ମାଳତୀ ମହାପାତ୍ର, ସସ୍ମିତା ଦେହଜରି, ଅଶୋକ କୁମାର ସୁର, ଶରତ କୁମାର ଓଝା, ଏଲଟି ସୁଦର୍ଶନ ବେହେରା, ରମାନାଥ ମହାନ୍ତି, କର୍ମଚାରୀ ମାନେ ଯୋଗଦେଇ ରକ୍ତଦାତା ମାନଙ୍କ ଠାରୁ ରକ୍ତ ସଂଗ୍ରହ କରିଥିଲେ। ନୋଡାଲ ଅଫିସର ଅଧ୍ୟାପକ ବିଶ୍ୱରଂଜନ ଜେନା, ପ୍ରାଧ୍ୟାପକ ବିଜୟ କୁମାର ନାୟକ, ଅଜୟ କୁମାର ଦାସ, ଗୌରାଙ୍ଗ ଚରଣ ନାୟକ, ଅବିନାଶ ରାଉତଙ୍କ ସମେତ ଅଧ୍ୟାପକ ଅଧ୍ୟାପିକା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଓ ଛାତ୍ରଛାତ୍ରୀ ମାନେ ଅଂଶ ଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ