ହାଟଡିହିରେ ବନ୍ଦ ପାଳନ ପ୍ରଭାବ ହୀନ
ହାଟଡ଼ିହି,(ବିକାଶ ବିଶ୍ୱାଳ): କୃଷକ ମାନଙ୍କ ବିଭିନ୍ନ ଦାବୀନେଇ ଆଜି ଭାରତବନ୍ଦ ଡାକରା ଦେଇଥିବାବେଳେ ୧୮ଟି ରାଜନୈତିକ ଦଳ ତାଙ୍କୁ ସମର୍ଥନ ଜଣାଇଥିଲା । ବିଶେଷକରି କଂଗ୍ରେସ ଦଳ ପକ୍ଷରୁ ଏହାକୁ ସମର୍ଥନ ଜଣାଇ ଆଜି ରାଜ୍ୟର ବିଭିନ୍ନ ସ୍ଥାନରେ କଂଗ୍ରେସ କର୍ମୀମାନେ ବନ୍ଦରେ ସାମିଲ ହୋଇଥିବାବେଳେ ହାଟଡିହି ବ୍ଲକରେ ଏହାର ପ୍ରଭାବ ଦେଖିବାକୁ ମିଳିନଥିଲା । ଏଠାରେ କଂଗ୍ରେସର ସାଗଠନିକ କାର୍ଯ୍ୟକଳାପ ଦୁର୍ବଳ ହୋଇପଡିଥିବା ଦେଖିବାକୁ ମିଳିଥିଲା । କେବଳ ବସ ଚଳାଚଳ ବନ୍ଦ ଥିବାବେଳେ ଅନ୍ୟ ସମସ୍ତ ଜାନବାହନ ଚଳାଚଳ କରୁଥିଲା । ହାଟଡିହି, ମରୈଗାଁ, ଛେନାପଦିଛକ, ଶାଳଣିଆଁ, ସଢ଼ା, ବିଦ୍ୟାଧରପୁର, ଢ଼େଙ୍କା ଆଦି ଛକ ବଜାର ମାନ ଖୋଲା ରହିଥବବାବେଳେ ସାଧାରଣ ଜୀବନ ଯାପନ ସ୍ୱାଭାବିକ ଥିଲା । ବିଶେଷକରି ଆଜି ପ୍ରଥମାଷ୍ଟମୀ ଥିବାରୁ ଲୋକମାନେ ବିନ୍ଧୁ ବାନ୍ଧବ ଯିବା ଆସିବା କଠୁରତା ଦେଖିବାକୁ ମିଳିଥିଲା । ଶାନ୍ତି ଶୃଙ୍ଖଳା ପାଇଁ ସବୁ ଛକ ବଜାର ମାନଙ୍କରେ ନନ୍ଦିପଦା ଓ ସୋସୋ ଥାନା ପକ୍ଷରୁ ପୁଲିସ ମୃତୟନ କରାଯାଇ ଥିବାବେଳେ ନବ ନିର୍ମାଣ କୃଷକ ସଂଗଠନ କିମ୍ବା କଂଗ୍ରେସ ପକ୍ଷରୁ କୌଣସି ସ୍ଥାନରେ ପିକେଟିଂ କରାଯିବା ଦେଖିବାକୁ ମିଳିନଥିଲା । ସରକାର ଆଜିର ଦିନକୁ ଛୁଟୀି ଘୋଷଣା କରିଥିବାରୁ ସମସ୍ତ ସରକାୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକ ବନ୍ଦ ରହିଥିଲା ।