ହାଟଡିହି କଲେଜରେ ଜାତୀୟ ଶିକ୍ଷାନୀତି ୨୦୨୦ସମ୍ପର୍କିତ ଆଲୋଚନାଚକ୍ର
ହାଟଡ଼ିହି, (ବିକାଶ ବିଶ୍ୱାଳ):ହାଟଡିହି କଲେଜରେ ଜାତୀୟ ଶିକ୍ଷାନୀତି ୨୦୨୦ ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ହାଟଡିହି କଲେଜର ଅଧ୍ୟକ୍ଷ ଚିତ୍ତରଞ୍ଜନ ରାଉତ ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରି ଏହି ଜାତୀୟ ଶିକ୍ଷାନୀତିକୁ କିପରି ସଫଳତାର ସହ ପାଳନ କରିପାରିବା ତାହା ଉପରେ ମତବ୍ୟକ୍ତ କରିଥିଲେ । ଅନ୍ୟତମ ଅତିଥିଭାବେ ଜଗନ୍ନାଥ ଡିଗ୍ରୀ ମହାବିଦ୍ୟାଳୟ ବାତୋର ଶିକ୍ଷା ବିଭାଗର ମୁଖ୍ୟ ଡ.ଚିତ୍ତରଞ୍ଜନ ନାୟକ, ଆନନ୍ଦପୁର ଆଞ୍ଚଳିକ ଟ୍ରେନିଂ କଲେଜ ଫକିରପୁରର ସହକାରୀ ପ୍ରଧ୍ୟାପକ ଡ.ପ୍ରଭାତ କୁମାର ସାହୁ, ବାରିପଦା ମହାରାଜା ପୁର୍ଣ୍ଣଚନ୍ଦ୍ର ସ୍ୱୟଂ ଶାସିତ ମହାବିଦ୍ୟାଳୟର ସହକାରୀ ପ୍ରଧ୍ୟାପକ ସେକ ସାମସୁଲ ଅଲ୍ଲୀ, ଆନନ୍ଦପୁର ଆଞ୍ଚଳିକ ଟ୍ରେନିଂ କଲେଜ ଫକିରପୁରର ସହକାରୀ ପ୍ରଧ୍ୟାପକ ଦୁର୍ଯ୍ୟୋଧନ ମହାକୁଡ, ହାଟଡିହି କଲେଜର ଶିକ୍ଷା ବିଭାଗର ଅଧ୍ୟାପକ ଜ୍ୟୋତିରୁପା ମଲ୍ଲିକ, ହାଟଡିହି କଲେଜର ଅଧ୍ୟାପିକା ମିନତୀ ବାସ୍କେ, ହାଟଡିହି କଲେଜର ଶିକ୍ଷା ବିଭାଗର ମୁଖ୍ୟ ଅଧ୍ୟାପକ ଅଜୟ କୁମାର ଦାଶ, ପ୍ରଧାପକ ବିଜୟ କୁମାର ନାୟକ, ଶିକ୍ଷା ବିଭାଗର ତତ୍ୱାବଧାରକ ଗଙ୍ଗାଧର ପରିଡା ପ୍ରମୁଖ ଯୋଗଦେଇ ଜାତୀୟ ଶିକ୍ଷାନୀତି ୨୦୨୦ଉପରେ ନିଜ ନିଜର ବକ୍ତବ୍ୟ ରଖିବା ସହିତ ମହାବିଦ୍ୟାଳୟ ମାନଙ୍କରେ ଏପରି ଆଲୋଚନାଚକ୍ରର ଆବଶ୍ୟକତା ସମ୍ପର୍କରେ ମତବ୍ୟକ୍ତ କରିଥିଲେ । ଏହାଦ୍ୱାରା ଛାତ୍ରଛାତ୍ରୀମାନେ କିପରି ଉପକୃତ ହୋଇପାରିବେ ତାହା ଉପରେ ଗୁରୁତ୍ୱାରୋପ କରିଥିଲେ । ଗୀତାଞ୍ଜଳୀ ସା, ଆଶାତୃପ୍ତୀ ରାଉତ, ଶତାବ୍ଦୀ ସୋନାଲୀ ସାବତ, ବର୍ଷା ପ୍ରୀୟଦର୍ଶନୀ ଖଣ୍ଡା, ରୀତାଞ୍ଜଳୀ ବେହେରା, ସ୍ୱପ୍ନାରାଣୀ ଶଙ୍ଖୁଆ, ଦିଲ୍ଲିପ କୁମାର ମଣ୍ଡଳ, ତପସ୍ୱିନୀ ପରିଡା ପ୍ରମୁଖ ଛାତ୍ରୀମାନେ ଜାତୀୟ ଶିକ୍ଷାନୀତି ୨୦୨୦ଉପରେ ନିଜ ନିଜର ସାରଗର୍ଭ ମତାମତ ଉପସ୍ଥାପନ କରିଥିଲେ । ହାଟଡିହି କଲେଜର ଶିକ୍ଷାବିଭାଗର ଛାତ୍ରଛାତ୍ରୀ, ଅଧ୍ୟାପକ. ଅଧ୍ୟାପିକା ଓ କର୍ମଚାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।