ହାଟଡିହି ବ୍ଲକରେ ଦୁଇଟି ୱାର୍ଡସଭ୍ୟ ପଦପାଇଁ ନିର୍ବାଚନ
ହାଟଡିହିି, (ବିକାଶ ବିଶ୍ୱାଳ):ହାଟଡିହି ବ୍ଲକରେ ଦୁଇଟି ୱାର୍ଡସଭ୍ୟ ପଦବୀ ପାଇଁ ଆଜି ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ବଞ୍ଚୋ ପଞ୍ଚାୟତର ଦୁଇ ନମ୍ବର ୱାର୍ଡର ୱାର୍ଡ ସଭ୍ୟଙ୍କ ମୃତୁ୍ୟ ହୋଇଥିବାରୁ ଏହି ପଦବୀଟି ଖାଲି ପଡିଥିଲା । ଏହି ନିର୍ବାଚନରେ ଦୁଇଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦିତା କରିଥିବାବେଳେ ବଞ୍ଚୋ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟରେ ଏହି ମତଦାନ କେନ୍ଦ୍ର କରାଯାଇଥିଲା । ଏଠାରେ ୪୪୯ଜଣ ଭୋଟର ମତଦାନ କରିବାକୁ ଥିବାବେଳେ ୩୪୦ଜଣ ମତଦାନ କରିଥିଲେ । ତନ୍ମଧ୍ୟରୁ ମହିଳାଙ୍କ ମତଦାନ ହାର ଅଦôକ ଥିଲା । ୧୬୮ଜଣ ପୁରୁଷ ଭୋଟର ମତଦାନ କରିଥିବାବେଳେ ୧୭୨ଜଣ ମହିଳା ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି । ମୋଟ ୭୫.୭୨ ଭାଗ ଭୋଟର ମତଦାନ କରିଛନ୍ତି । ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୁଲିସ ମୃତୟନ କରାଯାଇଥିଲା । ସେହିପରି ଜମ୍ଭୀରା ପଞ୍ଚାୟତର ୫ନମ୍ବର ୱାର୍ଡ ସାନଆମ୍ବଗଡିଆ ପାଇଁ ମତଦାନ କରାଯାଇଥିଲା । ଏଠାରେ ୨୩୭ଜଣ ଭୋଟରଙ୍କ ମଧ୍ୟରୁ ୧୬୪ଜଣ ମତଦାନ କରିଥିଲେ । ୭୩ଜଣ ପୁରୁଷ ଭୋଟର ମତଦାନ କରିଥିବାବେଳେ ୯୧ଜଣ ମହିଳା ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିଥିଲେ । ଏଠାରେ ମତଦାନ ହାର ୬୯.୧୯ ଥିଲା । ଆଜି ମତଦାନ ସରିବାପରେ ଭୋଟ ବାକ୍ସ ଗୁଡିକୁ ବ୍ଲକ କାର୍ଯ୍ୟାଳୟକୁ ଅଣାଯାଇ ସୁରକ୍ଷିତ ଭାବେ ରଖା ଯାଇଥିବାବେଳେ ଆସନ୍ତା ୧୧ତାରିଖ ସକାଳ ୮ଟା ବେଳେ ଭୋଟ ଗଣତି ହେବ ବୋଲି ନିର୍ବାଚନ ଅଧିକାରୀ ସୁଚନା ଦେଇଛନ୍ତି ।