ହାଟବାଦଡା ସରକାରୀ ପ୍ରାଥମିକ ବିଦ୍ୟାଳୟ ପ୍ଲାଟିନମ୍ ଜୁବଲିରେ ଝାଡଖଣ୍ଡ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ
ରାଇରଙ୍ଗପୁର- ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡର କୁସୁମି ବ୍ଲକର ହାଟବାଦଡା ସରକାରୀ ପ୍ରାଥମିକ ବିଦ୍ୟାଳୟର ଚଳିତ ବର୍ଷ ଧରି ପ୍ଲାଟିନମ ଦୁଇ ଦିନ ଜୁବୁଲି ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ମହାସମାରୋହରେ ପ୍ରଥମ ଦିନରେ ମୟୂରଭଞ୍ଜ ସାଂସଦ ଇଂ ବିଶେଶ୍ୱର ଟୁଡୁ, ଯଶିପୁର ନିର୍ବାଚନ ମଣ୍ଡଳୀ ବିଧାୟକ ଇଂ ଗଣେଶରାମ ଖୁଣ୍ଟିଆ ଯୋଗ ଦେଇଥିବାବେଳେ ଶେଷଦିନରେ ଝାଡଖଣ୍ଡ ମହାମହିମ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ, ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ମୟୂରଭଞ୍ଜ ଜିଲ୍ଲାର ମହାରାଜା ପ୍ରବୀଣ ଭଂଜଦେଓ, ଏବଂ ତାଙ୍କ ସହଧର୍ମିଣୀ ମହାରାଣୀ ଯୋଗ ଦେଇଥିଲେ । ଶିକ୍ଷା ଅନୁଷ୍ଠାନ ହେଉଛି ମଣିଷ ତିଆରି କାରଖାନା । ଶିକ୍ଷକ, ଛାତ୍ରଛାତ୍ରୀ, ଅଭିଭାବକ ସମସ୍ତେ ବିଦ୍ୟାଳୟକୁ ମୋ ବିଦ୍ୟାଳୟ ଭାବିବା ବିଦ୍ୟାଳୟର ଉନ୍ନତି ସହ ଶୈଖିକ ବିକାଶ, ଶାରିରୀକ ବିକାଶ, ସୁସ୍ଥ ପରିବେଶ ଏବଂ ଭଲ ମଣିଷଟିଏ ହେବା ପାଇଁ ସଂସ୍କାରିତ ହେବା ଉଚିତ ବୋଲି ଅତିଥି ଗଣ କହିଥିଲେ । ଦୁଇ ଦିନ ଧରି ସାଂସ୍କୃତିକ କାର୍ୟ୍ୟକ୍ରମ ପରିବେଷଣ କରାଯାଇଥିଲା । ଉତ୍ସବରେ ଏକ ସ୍ମରଣିକା ଉନ୍ମୋଚନ ହୋଇଥିଲା । ବିଦ୍ୟାଳୟର ପ୍ରାଣ ପ୍ରତିଷ୍ଠାତା ସ୍ବର୍ଗତ ପ୍ରଭାକର ନନ୍ଦଙ୍କର ପ୍ରତିମୂର୍ତ୍ତୀ ଅତିଥିଙ୍କ ଦ୍ବାରା ଉଦ୍ ଘାଟନ ହେବା ସହ ମହାମହିମ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ୩ ଜଣ ବୟସ୍କ ଶିକ୍ଷକଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟ ପରିଚାଳନା ସଭାପତି ପ୍ରଦୀପ ସାହୁ,ଭାରାପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବବିତା ନନ୍ଦ ,ପୁରାତନ ଛାତ୍ର ସଂଘ,ପ୍ଲାଟିନମ ଜୁବୁଲି କମିଟି, ଗ୍ରାମବାସୀ ଏହି ମହାସମାରୋହରକୁ ଶାନ୍ତି ଶୃଙ୍ଖଳା ସହ ପାଳନ କରିଥିଲେ । ଶେଷରେ ସମାଜସେବୀ ପ୍ରଦୀପ ସାହୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।