ହାତରେ ଖାଇବାର ଫାଇଦା

ଖାଇବା ସମୟରେ ଭୂମିରେ ବସି ଖାଇବାଠାରୁ ଆରମ୍ଭ କରି ଶୀଘ୍ର ରାତ୍ରିଭୋଜନ କରିବା ପୁରୁଣା ଜମାନାର ଲୋକେ ଯେଉଁ କଥାକୁ ଅନୁସରଣ କରୁଥିଲେ, ତାହା ପଛରେ ଖାସ୍‌ କାରଣ ରହିଛି। ଦୈନନ୍ଦିନ ରୁଟିନ୍‌ରେ ସାମିଲ୍‌ ଏହି ସାଧାରଣ ଜିନିଷ ସ୍ବାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ଯଦିଓ ପାଶ୍ଚାତ୍ୟକରଣର ପ୍ରଚଳନ ଫଳରେ ଧିରେ ଧିରେ ପାରମ୍ପରିକ କଥା ଉଭେଇ ଗଲାଣି। ତେବେ ଏଠାରେ ହାତରେ ଖାଦ୍ୟ ଖାଇବାର ଫାଇଦା ସମ୍ପର୍କରେ କୁହାଯାଇଛି।
କ’ଣ କହୁଛି ଆୟୁର୍ବେଦ

ଯଦି ଆପଣଙ୍କ ଓଜନ ଅଧିକ ରହିଛି, ତେବେ ଚାମଚ କିମ୍ବା କଣ୍ଟା ଚାମଚ ବଦଳରେ ହାତରେ ଖାଦ୍ୟ ଖାଇବା ଆରମ୍ଭ କରି ଦିଅନ୍ତୁ। ଆୟୁର୍ବେଦ ମୁତାବକ ଯେତେବେଳେ ଆପଣ ହାତରେ ଖାଦ୍ୟ ଧରିବା ପାଇଁ ଆଙ୍ଗୁଠିକୁ ଏକାଠି କରୁଛନ୍ତି, ଏହା ଏକ ମୁଦ୍ରା ସୃଷ୍ଟି ହୋଇଥାଏ। ଯାହା ଆପଣଙ୍କ ସେନ୍ସର ଅର୍ଗାନକୁ ଆକ୍ଟିଭ୍‌ କରିଥାଏ।
୫ ଆଙ୍ଗୁଠି, ୫ ତତ୍ତ୍ବ

ପ୍ରତ୍ୟେକ ଆଙ୍ଗୁଠିକୁ ପାଞ୍ଚ ତତ୍ତ୍ବର ଗୋଟିଏ ଗୋଟିଏ ରୂପ କୁହାଯାଏ। ବୁଢ଼ା ଆଙ୍ଗୁଠି ଆକାଶ, ତର୍ଜନୀ ଆଙ୍ଗୁଠି ପବନ, ମଧ୍ୟମ ଆଙ୍ଗୁଠି ନିଆଁ, ରିଙ୍ଗ ଫିଙ୍ଗର ପାଣି ଓ କାଣି ଆଙ୍ଗୁଠି ପୃଥିବୀକୁ ପ୍ରତୀକାତ୍ମକ ଭାବେ ସୂଚାଇଥାଏ।
ହଜମ ଶକ୍ତି ଠିକ୍ ରହେ

ହାତରେ ଖାଇବା ଦ୍ବାରା ମସ୍ତିଷ୍କକୁ ଦ୍ରୁତବେଗରେ ସଙ୍କେତ ମିଳିଥାଏ ଯେ ଆପଣ ଖାଦ୍ୟ ଖାଇବାକୁ ଯାଉଛନ୍ତି। ଏହାଦ୍ବାରା ହଜମ ପ୍ରକ୍ରିୟା ତେଜ୍‌ ହୋଇଥାଏ।
ନିୟନ୍ତ୍ରଣରେ ରହେ ଓଜନ
ଯେତେବେଳେ ଆପଣ ଚାମଚରେ ଖାଉଛନ୍ତି, ଖାଦ୍ୟ ଶୀଘ୍ର ଶୀଘ୍ର ଖାଇ ଦେଇଥାନ୍ତି। ଯାହାଫଳରେ ଅଧିକ ଖାଦ୍ୟ ଖାଇ ହୋଇଯାଇଥାଏ। ସେହିପରି ହାତରେ ଖାଦ୍ୟ ଖାଇବା ଫଳରେ ଆପଣଙ୍କ ଖାଇବାର ବେଗ କମ୍‌ ହୋଇଯାଏ ଓ ଆତ୍ମତୃପ୍ତି ଅନୁଭବ ହୋଇଥାଏ। ଏହି ପ୍ରକ୍ରିୟାରେ ଅଧିକ ସେନ୍ସ ସାମିଲ୍‌ ହୋଇଥାନ୍ତି ଓ ଖାଇବାର ପରିମାଣ ନିୟନ୍ତ୍ରଣରେ ରହିଥାଏ। ଏହାଦ୍ବାରା କେବଳ ଆପଣଙ୍କ ଓଜନ ନିୟନ୍ତ୍ରଣ ହୋଇ ନ ଥାଏ ବରଂ ସ୍ବାଦ ମଧ୍ୟ ଅଧିକ ମିଳିଥାଏ।
କ’ଣ କରିବେ

ଯଦି ଆପଣଙ୍କର ହାତରେ ଖାଇବା ଅଭ୍ୟାସ ନାହିଁ, ତେବେ କିଛି ଦିନ ଅଭ୍ୟାସ କରନ୍ତୁ। କିନ୍ତୁ ଖାଇବା ପୂର୍ବରୁ ହାତକୁ ଭଲ ଭାବେ ଧୋଇବାକୁ ଭୁଲନ୍ତୁନି। ସଂକ୍ରମଣରୁ ରକ୍ଷା ପାଇବା ଲାଗି ନିୟମିତ ନଖ ମଧ୍ୟ କାଟିବା ଉଚିତ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ