ହାତୀ ହତ୍ୟା ଅମାନବୀୟ ବର୍ବରତା ବିରୁଦ୍ଧରେ ପ୍ରତିବାଦ
ଭୁବନେଶ୍ୱର, (ଓ୍ବାଇଏନ୍ଏସ୍): କିଛି କିଛି ନିଷ୍ଠୁର ମଣିଷମାନଙ୍କ ଦ୍ୱାରା ପଶୁ ପକ୍ଷୀଙ୍ କଉପରେ ଅମାନବୀୟ ବର୍ବରତା ବଢି ଚାଲିଛି । କେରଳରେ ସପୁରୀରେ ବାଣଦେଇ ଗର୍ଭବତୀ ହାତୀକୁ ହତ୍ୟାକରିବା ହୃଦୟବିଦାରକ ଘଟଣା ସମଗ୍ର ବିଶ୍ୱବାସୀଙ୍କୁ ଆଲୋଡିତ କରିଛି । ସାରା ଦେଶରେ ବିବେକି ମଣିଷ ଏହି ଜଘନ୍ୟଘଟଣାକୁ ପ୍ରତିବାଦ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ‘ଉଡ୍ରଚାରିଟେବୁଲ୍ଟ୍ରଷ୍ଟ୍’ ପକ୍ଷରୁ ମାଷ୍ଟରକ୍ୟାଂଟିନ୍ ଛକରେ ପ୍ରତିବାଦରେ ୩୦ ମିନିଟ୍ ନିରବ ପ୍ରାର୍ଥନା କରାଯାଇଛି । ପ୍ରାର୍ଥନାସଭାରେ ଏଲିନା ସାମନ୍ତରାୟ (ଅଭିନେତ୍ରୀ), ଶୀତଲ ପାତ୍ର (ଅଭିନେତ୍ରୀ), ମୀରା ପରିଡା (ସମାଜସେବୀ), ଶୁଭ୍ରାଜ୍ୟୋତି ଦାସନାୟକ (ଉଡ୍ରସଂପାଦିକା), ବାବୁବାବୁ (ପ୍ରଯୋଜକ), ଶୁଭଶ୍ରୀମଙ୍ଗରାଜ (ପ୍ରଯୋଜିକା), କାଳୀଚରଣ ଆଚାର୍ଯ୍ୟ (ଅଭିନେତା) ଓ ଉଡ୍ର ଚାରିଟେବୁଲ ଟ୍ରଷ୍ଟର ସମସ୍ତ କର୍ମକର୍ତା ଉପସ୍ଥିତ ଥିଲେ । ଏହି ଅବସରରେ ପଶୁପକ୍ଷୀଙ୍କ ସୁରକ୍ଷା ନିମନ୍ତେ ସରକାର କଠୋର ଆଇନ୍ ପ୍ରଣୟନ କରି ଦୋଷୀମାନଙ୍କୁ ଉପଯୁକ୍ତ ଶାସ୍ତି ଦେବାକୁ ଦାବୀ କରାଯାଇଛି । ସରକାର କଠୋର ସ୍ୱତନ୍ତ୍ର ପଶୁପକ୍ଷୀ ଆଇନ୍ ପ୍ରଣୟନ କଲେ, ଯେପରି କୌଣସି ପଶୁ ପକ୍ଷୀମାନଙ୍କ ପ୍ରତି ଅତ୍ୟାଚାର କରିବା ପାଇଁ ସାହାସ କରିବେନାହିଁ । ସମସ୍ତଙ୍କ ମନରେ ଯେପରି ପଶୁ ପକ୍ଷୀ ମାନଙ୍କୁ ସୁରକ୍ଷା ଦେବା ପାଇଁ ସୁବୁଦ୍ଧି ଜାଗ୍ରତହେବ । ପଶୁ ପକ୍ଷୀମାନଙ୍କର ଯତ୍ନ ନେବାପାଇଁ “ଉଡ୍ର” ପରିବାର ମାନବ ସମାଜକୁ ଉନୁରୋଧ କରିଥିଲେ । କେରଳରେ ହାତୀଟିକୁ ନୃସଂଶଭାବେ ହତ୍ୟା କରିଥିବା ଲୋକଙ୍କୁ କଠୋର ଦଣ୍ଡରେ ଦଣ୍ଡିତ କରିବାକୁ ଦାବି କରିଥିଲେ । ଓଡିଶା ସରକାର କଠୋର ସ୍ୱତନ୍ତ୍ର ପଶୁପକ୍ଷୀ ଆଇନ୍ ପ୍ରଣୟନ କରିବାପାଇଁ ଦାବିକରିଥିଲେ ।