ହାପି ବାର୍ଥଡେ ୟୁଭି କ୍ୟାନ

– ଭାରତୀୟ କ୍ରିକେଟ ଟିମର ବିସ୍ଫୋରକ ଖେଳାଳୀ ଭାବେ ପରିଚିତ ୟୁବରାଜ ସିଂ ଆଜି ୩୮ ବର୍ଷ ବୟସରେ ପାଦ ଥାପିଛନ୍ତି । ଚଳିତ ବର୍ଷ କ୍ରିକେଟରୁ ସନ୍ନାସ ନେଇଥିବା ୟୁଭି ଏବେ ମଧ୍ୟ କ୍ରୀଡାପ୍ରେମୀଙ୍କ ହୃଦୟରେ ରାଜ କରୁଛନ୍ତି । ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ତାଙ୍କ ସମ୍ପର୍କରେ ଜାଣିବା କିଛି ଅଜଣା କଥା –

ହାପି ବାର୍ଥଡେ ୟୁଭି କ୍ୟାନ

– ଭାରତୀୟ କ୍ରିକେଟ ଟିମର ସିକ୍ସର ଭାବରେ ବେଶ ପରିଚିତ ୟୁଭି ୧୯୮୧ ମସିହା ଆଜିର ଦିନରେ ଚଣ୍ଡିଗଡଠାରେ ଜନ୍ମଗ୍ରହଣ କରିଥିଲେ । ୟୁଭିଙ୍କ ଜୀବନ ଅନେକ ସଂଘର୍ଷମୟ ।
– ୨୦୦୭ ମସିହାରେ ଇତିହାସ ରେ ପ୍ରଥମ ଥର ପାଇଁ ଟିମ ଇଣ୍ଡିଆ ଟି-୨୦ ବିଶ୍ୱକପ ବିଜୟ କରିଥିଲା । ଉକ୍ତ ମ୍ୟାଚରେ ୟୁଭି ଇଂଲଣ୍ଡ ବିପକ୍ଷରେ ଖେଳି ଗୁରୁତ୍ୱପୁର୍ଣ୍ଣ ସ୍କୋର ହାସଲ କରିଥିଲେ ।
– ୨୦୧୧ କ୍ରିକେଟ ବିଶ୍ୱକପରେ ମଧ୍ୟ ତାଙ୍କର ଯୋଗଦାନ ଅତୁଳନୀୟ ଥିଲା । ଟି-୨୦ ବିଶ୍ୱକପ, ଅଣ୍ଡର-୧୯ ବିଶ୍ୱକପ ଓ ୱାନଡେ ବିଶ୍ୱକପରେ ୟୁବରାଜଙ୍କର ଧମାକାଦାର ବ୍ୟାଟିଂ ଓ ବୋଲିଂର ଯାଦୁ ଦେଖିବାକୁ ପାଇଥିଲେ କ୍ରିଡା ପ୍ରେମୀ ।


– କେବଳ କ୍ରିଡା କ୍ଷେତ୍ରରେ ନୁହେଁ ଜୀବନ ସଂଘର୍ଷରେ ମଧ୍ୟ ୟୁବି ସର୍ବର୍ଦା ବିଜୟୀ ଅଟନ୍ତି । ସେ କ୍ୟାନ୍ସର ପରି ମାରାତ୍ମକ ବିମାରୀ ସହ ଲଢେଇ କରି ମଧ୍ୟ ବିଜୟୀ ହୋଇଥିଲେ ।
– ୟୁବରାଜଙ୍କୁ ଆଜି ତାଙ୍କ ଜନ୍ମଦିନ ଅବସରରେ ତାଙ୍କର ଏକ୍ସ ଗର୍ଲଫ୍ରେଣ୍ଡ କିମି ଶର୍ମା ଇନଷ୍ଟାଗ୍ରାମ ଜରିଆରେ ଜନ୍ମଦିନର ଶୁଭେଚ୍ଛା ଜଣାଇଥିଲେ । ସେହିପରି ହରଭଜନ ସିଂ, ବିରାଟ କୋହଲି , ଶିଖର ଧୱନ , ଯଶପ୍ରୀତ ବୁମରାହ ପ୍ରମୁଖ ୟୁଭିଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ