ହିଞ୍ଜିଳିକାଟୁରେ ଆରମ୍ଭ ହେବ କୋଭିଡ଼-୧୯ ହସପିଟାଲ

ହିଞ୍ଜିଳିକାଟୁ,(ଶେଷଦେବ ସାହୁ):କରୋନା ଭୁତାଣୁ ସଂକ୍ରମଣ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଦିନକୁ ଦିନ ମୃତ୍ୟୁହାର ଓ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାର ମୁକାବିଲା ଲାଗି ସରକାର ଓ ପ୍ରଶାସନ ପକ୍ଷରୁ ଉଦମ ଜାରୀ ରହିଛି । କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ଲାଗି କୌଣସି ପ୍ରତିଷୋଧକ ଔଷଧ ଆବିଷ୍କୃତ ହୋଇ ନଥିବା ବେଳେ ସଚେତନତା ହିଁ ଏହାର ଏକମାତ୍ର ପନ୍ଥା ବୋଲି କୁହାଯାଇଛି । ସୁରଥ ଫେରନ୍ତା ପ୍ରବାସୀ ଗଞ୍ଜାମ ଜିଲ୍ଲାକୁ ଫେରିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା ଦୃତ ଗତିରେ ବଢିବାରେ ଲାଗିଛି । କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ଲାଗି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ନିକଟସସ୍ଥ ଶୀତଳାପଲ୍ଲୀ ଠାରେ ଏକମାତ୍ର କୋଭିଡ଼-୧୯ ହସପିଟାଲ ରହିଥିବା ବେଳେ ବର୍ତମାନ ପରିସ୍ଥିତିରେ ଆକ୍ରାନ୍ତଙ୍କ ଚିକିତ୍ସା ସକାଶେ ଅଧିକ ହସପିଟାଲର ଆବଶ୍ୟକତା ରହିଛି । ଏହାକୁ ଆଖି ଆଗରେ ରଖି ଗଞ୍ଜାମ ଜିଲ୍ଲାରେ ଆଉ ୪ଟି କୋଭିଡ଼-୧୯ ହସପିଟାଲ ଖୋଲାଯିବା ଲାଗି ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ଗତ ଏପ୍ରିଲ ୨୦୧୭ ମସିହାରେ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳି ଗ୍ରସ୍ତରେ ଆସି ହିଞ୍ଜିଳିକାଟୁ ନିୟନ୍ତ୍ରିତ ବଜାର ପରିସରରେ ପ୍ରାୟ ୩୩ କୋଟି ୮୪ ଲକ୍ଷ ଟଙ୍କା ବ୍ୟୟରେ ୮୦ ଶର୍ଯ୍ୟା ବିଶିଷ୍ଟ ଉପଖଣ୍ଡ ଚିକିତ୍ସାଳୟ ନିର୍ମାଣ ସକାଶେ ଶିଳାନ୍ୟାସ କରିଥିଲେ । ନିର୍ମାଣ ଶେଷ ହୋଇଥିବା ସଂପୃକ୍ତ ଚିକିତ୍ସାଳୟରେ ବର୍ତମାନ ୧୦୦ ଶର୍ଯ୍ୟା ବିଶିଷ୍ଟ କୋଭିଡ଼-୧୯ ହସପିଟାଲ କାର୍ଯ୍ୟକ୍ଷମ କରିବାକୁ ଜିଲ୍ଲା ପ୍ରଶାସନ ନିଷ୍ପତି ଗ୍ରହଣ କରିଛି । ସେହିପରି ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ପାରଳା ମହାରାଜା ଇଂଜିନେୟରିଂ କଲେଜ ହଷ୍ଟେଲରେ ୨ଶହ ଶର୍ଯ୍ୟା, ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟରେ ୭୦ ଶର୍ଯ୍ୟା ଓ ଭଞ୍ଜନଗର ସେକେଣ୍ଡାରୀ ଟ୍ରେନିଂ ସ୍କୁଲ ବାଳିକା ଛାତ୍ରୀବାସରେ ୧୦୦ ଶର୍ଯ୍ୟା ବିଶିଷ୍ଟ କଭୋଡ଼-୧୯ ହସପିଟାଲ କରାଯିବ ବୋଲି ସୂଚନା ମିଳିଛି । ରବିବାର ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ହିଞ୍ଜିଳି ଗ୍ରସ୍ତରେ ଆସି ସ୍ଥାନୀୟ ପୌରାଂଚଳ ଆରଏମସି ପରିସରରେ ନବ ନିର୍ମତ ଚିକିୀତ୍ସାଳୟ ବୁଲି ଦେଖିଥିଲେ । ଆସନ୍ତା ୨/୩ ଦିନ ମଧ୍ୟରେ କୋଭିଡ଼-୧୯ ହସପିଟାଲ କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ମିଳିଛି । ଜିଲ୍ଲାପାଳ କୁଲାଙ୍ଗେ ଗ୍ରସ୍ତ ସମୟରେ ଆଇଏଏସ ଅଫିସର ପି. ଅନ୍ୱେଶା ରେଡ୍ଡି, ବିଡ଼ିଏ ସଚିବ ସମ୍ବିତ ରାଉତ, ସ୍ଥାନୀୟ ତହସିଲଦାର ଗୋପିନାଥ କୁଅଁର, ବିଡ଼ିଓ ପ୍ରସନ କୁମାର ପାତ୍ର, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡ଼ଃ. ମନୋରଞ୍ଜନ ସାହୁ ପ୍ରମୁଖ ଉପସ୍ତିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ