ବାଇକ୍ ମୁହାଁମୁହିଁ : ଜଣେ ମୃତ
ରାଇରଙ୍ଗପୁର, (ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର-ଟାଟାନଗର ୨୨୦ ନମ୍ବର ଜାତୀୟ ରାଜପଥ ରାଇରଙ୍ଗପୁର ଠାରୁ ୧୨କିମି ଦୂର ବହଳଦା ଥାନା ଅନ୍ତର୍ଗତ ବାସିଙ୍ଗି ପେଟ୍ରୋଲ ପମ୍ପ ପାଖାପାଖି ରାସ୍ତାରେ ଶନିବାର ୭.୩୦ ସମୟରେ ଦୁଇ ବାଇକ୍ ମୁହାଁମୁହିଁରେ ଜଣଙ୍କର ମୃତ୍ୟୁ ହୋଇଛି । ତାଙ୍କୁ ୧୦୮ ଆମ୍ବୁଲାନ୍ସରେ ରାଇରଙ୍ଗପୁର ହସ୍ପିଟାଲକୁ ଅଣାଯାଇଥିଲା । ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବହଳଦା ଥାନା ଅଧିକାରୀ ବିଜୟ ମଲ୍ଲିକ ଏବଂ ପୋଲିସ ଟିମ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି । ମୃତକଙ୍କ ଘର ବାସିଙ୍ଗି ଗାଁ। ତାଙ୍କର ନାମ ବୀରେନ୍ଦ୍ର ମୁଣ୍ଡା(୨୬) । ରବିବାର ଦିନ ଶବ ବ୍ୟବଚ୍ଛେଦ କରାଯିବ । ପୁଅକୁ ହରାଇ ମା’ କାନ୍ଦି କାନ୍ଦି ଚେତା ବୁଡ଼ି ଯାଉଛି । ଡାକ୍ତରଖାନାରେ ଏକ ଶୋକାକୁଳ ପରିବେଶ ଦେଖାଦେଇଛି ।


