ହିଞ୍ଜିଳି ଥାନାରେ ଯୋଗଦେଲେ ୨ ଏସ ଆଇ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ):ଗଞ୍ଜାମ ଜିଲ୍ଲା ହିଞ୍ଜିଳି ଥାନାରେ ଗୁରୁବାର ୨ ଜଣ ଏସଆଇ କାର୍ଯ୍ୟରେ ଯୋଗଦାନ କରିଛନ୍ତି । ସେମାନେ ହେଲେ କାମଲିନି ନାଇକ ଓ ସିଦ୍ଧାର୍ଥ ଶଙ୍କର ଜେନା । ଉଭୟେ ବିଜୁ ପଟ୍ଟନାୟକ ରାଜ୍ୟ ପୁଲିସ ଏକାଡେମୀରେ ତାଲିମ ଶେଷ ପରେ ରାଜ୍ୟର ବିଭିନ୍ନ ଥାନାରେ ପ୍ରୋବେସନ ଏସଆଇ ଭାବେ କାର୍ଯ୍ୟ ସମ୍ପାଦନା କରିଥିଲେ । ନୂତନ ଭାବେ ହିଞ୍ଜିଳି ଥାନାରେ ଯୋଗଦାନ କରିବା ପରେ ଥାନା କର୍ମଚାରୀମାନେ ସ୍ବାଗତ ଜଣାଇଥିଲେ । ଜନସାଧାରଣଙ୍କୁ ଉତ୍ତମ ଆଚରଣ ପ୍ରଦର୍ଶନ ସହିତ ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହ ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ନିର୍ଦ୍ଦେଶକୁ ସମ୍ମାନ ଜଣାଇ ନିଷ୍ଠାର ସହ କାର୍ଯ୍ୟ କରିବେ ବୋଲି ନିଜ ପ୍ରତିକ୍ରିୟାରେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ