ମାଧବୀ ଚେର ଚୋରା ଚାଲାଣ ଘଟଣାରେ ଅଟୋ ମାଲିକ ଓ ଡ୍ରାଇଭର ଗିରଫ

ବେଲଗୁଣ୍ଠା, (ସନ୍ତୋଷ ବିଶୋଇ):ଗତ ଅକ୍ଟୋବର ମାସରେ ହୋଇଥିବା ଏକ ମାଧବୀ ଲତା ଚୋରା ଚାଲାଣ ଘଟଣାରେ ଜଙ୍ଗଲ ବିଭାଗ ଫେରାର ଥିବା ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ଜଣା ପଡିଛି I ଗିରଫ ହୋଇଥିବା ଦୁଇ ବ୍ୟକ୍ତି ହେଲେ ଶେରଗଡ଼ ବ୍ଳକ୍ ଧନତାରା ଗ୍ରାମର ଘନ ଦାସଙ୍କ ପୁଅ ସୋମନାଥ ଦାସ ଏବଂ ତାଙ୍କ ସହଯୋଗୀ ତଥା ଜବତ ଅଟୋ ଚାଳକ ମୁଣ୍ଡମରେଇ ନିକଟସ୍ଥ ଖଇରପୁଟି ଗ୍ରାମର ଟୁକୁନା ନାଇକ I ସୂଚନା ଥାଉକି ଆକ୍ଟୋବର ମାସ ୧୯ ତାରିଖରେ ଗାଙ୍ଗପୁର ସେକ୍ସନ୍ ଅନ୍ତର୍ଗତ ବୁଢାକେନ୍ଦୁ ଜଙ୍ଗଲରୁ ଲକ୍ଷାଧିକ ଟଙ୍କାର ୮୦ କେଜି ମାଧବୀ ଚେର ଚୋରା ଚାଲାଣ ହେଉଥିବା ବେଳେ ଏହାକୁ ବନ ବିଭାଗ ଜବତ କରିବା ସହ ଏକ ଅଟୋକୁ ମଧ୍ୟ ଜବତ କରିଥିଲା I କିନ୍ତୁ ଘଟଣାରେ ସମ୍ପୃକ୍ତ ଦୁଇ ଜଣ ଅଭିଯୁକ୍ତ ଫେରାର ଥିଲେ I ବନ ବିଭାଗ ତରଫରୁ ସେମାନଙ୍କ ବିରୁଦ୍ଧରେ ୨୩୬/୨୧ରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଜାରି ରହିଥିଲା I ଆଜି ଉଭୟଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯାଇଥିବା ଗାଙ୍ଗପୁର ବନପାଳ ଜି ଭେଙ୍କଟ ରାଓ ଦୋରା ସୂଚନା ଦେଇଛନ୍ତି I

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ