ହିରୋ ମୋଟୋକର୍ପ ଗ୍ରାହକ ସେବାରେ ନୂତନ ମାନକ ଦୁଇ-ଚକିଆ ଯାନର ଗୃହ ବିତରଣ ଆରମ୍ଭ କରିଛନ୍ତି
ହିରୋ ମୋଟୋକର୍ପ, ବିଶ୍ୱର ବୃହତମ ଦୁଇ-ଚକିଆ ଯାନ ନିର୍ମାତା ତାଙ୍କର ନବୀନତମ ଗ୍ରାହକ କୈନ୍ଦ୍ରିକ ପ୍ରାରମ୍ଭ ସହିତ ଦୁଇ-ଚକିଆ ଉଦ୍ୟୋଗରେ ଗ୍ରାହକ ସେବା ପାଇଁ ଏକ ନୂତନ ମାନଦଣ୍ଡ ସ୍ଥାପନ କରିଛି । ନୂତନ ସୁବିଧା ସେବାର ଅଂଶ ଭାବରେ ଏକ ମାମୁଲି ମାହାସୁଲରେ ନୂଆ ଦୁଇ-ଚକିଆ ଯାନ ଆରକ୍ଷିକ ଭାବେ କମ୍ପାନୀ ଗ୍ରାହକଙ୍କ ଘର ଦାଣ୍ଡରେ ପ୍ରଦାନ କରିବ ।
ଦୁଇ-ଚକିଆ ଯାନ ଉଦ୍ୟୋଗରେ ଏଭଳି ପ୍ରଥମ ପ୍ରାରମ୍ଭରେ, ଏହି ସେବା ମୁମ୍ବାଇ, ବେଙ୍ଗାଲୁର ଏବଂ ନୋଇଡା ଆଦି ତିନୋଟି ସିଟିରେ ବର୍ତମାନ ପାଇଁ ଉପଲବ୍ଧ ଅଛି । ପର୍ଯ୍ୟାୟ କ୍ରମେ ଆଗାମୀ କିଛି ମାସ ମଧ୍ୟରେ କମ୍ପାନୀ ଏହି ସେବା ୨୫ଟି ସିଟିକୁ ସମ୍ପ୍ରସାରିତ କରିବାକୁ ଯୋଜନା କରିଛି । ଗୃହ-ବିତରଣ ସେବା ପାଇବା ପାଇଁ ଇଚ୍ଚୁକ ଗ୍ରାହକ ମାନେ ହିରୋର ଇ-ବାଣିଜ୍ୟ ପୋର୍ଟାଲ ଙ୍ଗଙ୍ଗଙ୍ଗ.ଐଏଚଜ୍ଞବକ୍ସଗ୍ଧ.ମକ୍ଟଜ୍ଞ ପରିଦର୍ଶନ କରିପାରିବେ । ଏହି ପ୍ରାରମ୍ଭ ଉପରେ ଟିପ୍ପଣୀ କରିବାକୁ ଯାଇ ସଞ୍ଜୟ ଭାନ, ବିକ୍ରି, ବିକ୍ରି ପର ଓ ପାର୍ଟ୍ସ ବ୍ୟବସାୟ ମୁଖ୍ୟ, ହିରୋ ମୋଟୋକର୍ପ, କହିଲେ, “ଆମର ଗ୍ରାହକ ଏହି ବର୍ଗରେ ସର୍ବଶ୍ରେଷ୍ଠ ଅନୁଭୁତି ନେବା ସୁନିଶ୍ଚିତ କରିବା ପାଇଁ ଆମେ ହିରୋ ମୋଟୋକର୍ପ ରେ ଅଭିନବ ପଦ୍ଧତି ଏବଂ ବ୍ୟବସାୟ ମଡେଲ ବିକାଶ କରିବା ପାଇଁ ନିରନ୍ତର ନିବେଶ କରୁଛୁ । ଦୁଇ-ଚକିଆ ଯାନରେ ଗ୍ରାହକ ଅନୁଭୂତିର ମାନକ ଆମର ନୂତନ ପ୍ରାରମ୍ଭ ବୃଦ୍ଧି କରିବ । ଆଜିର ଯୁବ ବର୍ଗ ସେମାନେ କରୁଥିବା ପ୍ରତି କ୍ରୟରେ ମୂଲ୍ୟ-ଯୋଗ ଖୋଜୁଥିବା ବେଳେ କ୍ଷିପ୍ର ବିବର୍ତମାନ ବଜାର ପରିବେଶରେ ଅନ୍ୟଠାରୁ ଆଗରେ ରହିବା ପାଇଁ ବ୍ରାଣ୍ଡ ମାନେ ସେମାନଙ୍କର ରଣନୈତିକ ଚିନ୍ତାଧାରାରୁ ଉର୍ଦ୍ଧକୁ ଉଠିବା ଦରକାର । ଇ-ବାଣିଜ୍ୟ ସ୍ପେଶରେ ଆମେ ପ୍ରଥମ ବିକ୍ରେତା ଅଟୁ ଏବଂ ଏହି ନୂତନ ସେବା ଆରମ୍ଭ କରି ଆମେ ଏହି ଟ୍ରେଣ୍ଡ ଜାରି ରଖିଛୁ । କେବଳ ଆପଣଙ୍କର ଘର ଦାଣ୍ଡ ନୁହେଁ, ଆପଣଙ୍କର ପସନ୍ଦର ଯେକୌଣସି ସ୍ଥାନରେ ମଟରସାଇକେଲ କିମ୍ବା ସ୍କୁଟର ବିତରିତ କରାଯାଇ ପାରିବ,” ସେ ଯୋଡିଥିଲେ । ଦେଶରେ ବିକ୍ରି ହେଉଥିବା ପ୍ରତି ଦୁଇ ମଟରସାଇକେଲରୁ ଗୋଟିଏ ବିକ୍ରି କରୁଥିବା ହିରୋ ମୋଟୋକର୍ପ ଏହି ଉଦ୍ଦେଶ୍ୟରେ ଏକ ସରଳ ପ୍ରକ୍ରିୟା ବିକାଶ କରିଛି, ଯାହା ଅଧିନରେ ବୁକିଙ୍ଗ ଠାରୁ ବିତରଣ ପର୍ଯ୍ୟନ୍ତ ସଂପୁର୍ଣ୍ଣ ପଦ୍ଧତି ତିନୋଟି ସହଜ ସୋପାନରେ ପୁରା କରାଯାଏ । ୧. ପୋର୍ଟାଲରେ ଲଗ ଅନ କରିବା ପରେ ଗ୍ରାହକ ସେମାନଙ୍କର ପସନ୍ଦିତ ଉତ୍ପାଦ ବାଛି ପାରିବେ ଏବଂ ବୁକିଙ୍ଗ ପୈଠ କରିବା ପାଇଁ ଜେନ ଡିଲରଙ୍କୁ ବାଛିବେ । ୨. ତା’ପରେ ହିରୋର ତୃତୀୟ ପକ୍ଷ ସେବା ପ୍ରଦାନକାରୀ ଗ୍ରାହକଙ୍କ ଘରୁ / ଅଫିସ ଠିକଣାରୁ ବାଂଛିତ ସମୟ ସ୍ଲଟରେ ଆବଶ୍ୟକୀୟ ଦସ୍ତାବିଜ ସଂଗ୍ରହ କରିବେ । ୩. ସ୍ଥାନୀୟ ରୋଡ ପରିବହନ ଅଫିସରେ ଯାନ ଥରେ ସଫଳତାର ସହ ପଞ୍ଜିକୃତ ହୋଇଗଲା ପରେ ତାହା ଗ୍ରାହକଙ୍କୁ ବିତରିତ କରି ଦିଆଯିବ । ଏହି ସେବା ପ୍ରାପ୍ତ କରିବା ପାଇଁ ଗ୍ରାହକଙ୍କୁ ୩୪୯ ଟଙ୍କାର ଏକ ମାମୁଲି ଶୁଳ୍କ ଦେବାକୁ ପଡିବ । ଅନଲାଇନରେ ଦୁଇ-ଚକିଆ ଯାନ ବିକ୍ରି କରିବା ପାଇଁ ଏକ ଇ-ବାଣିଜ୍ୟ ପୋର୍ଟାଲ ସହିତ ଭାଗୀଦାରୀ ଥିବା ହିରୋ ମୋଟୋକର୍ପ ଆଗରୁ ଇ-ବାଣିଜ୍ୟ ସ୍ପେଶରେ ଅଗ୍ରଣୀ ରହି ଆସିଛି । ୨୦୧୮ରେ ଏହାର ଅଫିସଲ ପୋର୍ଟାଲରେ ଏହା ଦୁଇ-ଚକିଆ ଯାନ ସ୍ପେର ପାର୍ଟ୍ସ ଅନଲାଇନ ଖୁଚୁରା ବିକ୍ରି ପ୍ରାରମ୍ଭ କରିଥିଲା । ଏହାର ସଫଳତାରେ ଉତ୍ସାହିତ ହୋଇ ପରବର୍ତୀ କାଳରେ କମ୍ପାନୀ ହିରୋ ଉତ୍ପାଦର ଅନଲାଇନ ବୁକିଙ୍ଗ ତାର ଅଫିସଲ କମ୍ପାନୀ ୱେବସାଇଟରୁ ଏହି ପୋର୍ଟାଲ କୁ ସ୍ଥାନାନ୍ତରିତ କରିଥିଲା, ଯାହା ଆଜି ପର୍ଯ୍ୟନ୍ତ ୪୦୦୦ବୁକିଙ୍ଗ ପାଇ ସାରିଛି ।