ହିିଂଜିଳିରେ ବିଜେଡ଼ିର ମାରାଥନ ପ୍ରଚାର
ହିଂଜିଳିକାଟୁ (ଶେଷଦେବ ସାହୁ) : ସାଧାରଣ ନିର୍ବାଚନକୁ ଆଉ ମାତ୍ର କିଛି ଦିନ ବାକି ଥିବା ବେଳେ ବିଜେଡ଼ି ପକ୍ଷରୁ ହ÷ିଂଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମାଂଚଳରେ ମାରାଥନ ନିର୍ବାଚନ ପ୍ରଚାର, ରୋଡ଼ ଶୋ ଓ ପଥପ୍ରାନ୍ତ ସଭା ଜୋର ଧରିଛି । ଏହି ପରିପ୍ରେକ୍ଷିରେ ବୁଧବାର ଦିନ ଚଳଚ୍ଚିତ୍ର ଅଭିନେତା କ୍ୁନା ତ୍ରିପାଠି ହିଂଜିଳିକାଟୁ ଗ୍ରସ୍ତରେ ଆସି ହିଂଜିଳି ବ୍ଳକର ପୋଚିଲିମା, ,କଂଚୁରୁ, ନନ୍ଦିକ, ବାଳକୃଷ୍ଣପୁର, ସିକିରି, ରାଳବ, ଚାନ୍ଦୁଲି ପଂଚାୟତରେ ବୁଲି ମୁଖ୍ୟମନ୍ତ୍ରୀ ତଥା ହିଂଜିଳି ବିଧାନସଭା ପ୍ରାର୍ଥୀ ନବୀନ ପଟ୍ଟନାୟକ ଓ ଆସିକା ଲୋକସଭା ପ୍ରାର୍ଥୀନି ପ୍ରମିଳା ବିଷୋୟୀଙ୍କ ସପକ୍ଷରେ ପ୍ରଚାର କରିଥିଲେ ।ଓଡ଼ିଶାକୁ ଏକ ବିକଶିତ ରାଜ୍ୟରେ ପରିଣତ କରିବା ପାଇଁ ପ୍ରବାଦ ପୁରୁଁ ମହାନ ଜନନାୟକ ସ୍ୱର୍ଗତ ବିଜୁ ପଟ୍ଟନାୟକ ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ସାକାର କରିବା ପାଇଁ ତାଙ୍କ ସୁପୁତ୍ର ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ଦୀର୍ଘ ୧୯ ବର୍ଷର ଶାସନ କାଳ ମଧ୍ୟରେ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତ ମୁଠାକୁ ଟାଣ କରିବା ପାଇଁ ଆଗାମୀ ନିର୍ବାଚନରେ ହିଂଜିଳି ବିଧାୟକ ପ୍ରାର୍ଥୀ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ଆସିକା ଲୋକସଭା ପ୍ରାର୍ଥୀନି ପ୍ରମିଳା ବିଷୋୟୀ ବିପୁଳ ଭୋଟ ବ୍ୟବଧାନରେ ବିଜୟୀ କରିବାକୁ ନିବେଦନ କରିଥିଲେ । କାର୍ଯ୍ୟକ୍ରମରେ ବ୍ଳକ ଅଧ୍ୟକ୍ଷ ଏନ. ରଘୁନାଥ , ପୋଚିଲିମା ସରଂପଚ ଭାଣ୍ଡି ରବିନ୍ଦ୍ର, ବ୍ଳକ ଯୁବ ବିଜେଡ଼ି ସଭାପତି ମନୋଜ କୁମାର ସାବତ, ମୁଖ୍ୟମନ୍ତ୍ରୀଙ୍କ ବ୍ଳକ ପ୍ରତିନିଧି ସୁରେନ୍ଦ୍ରନାଥ ପ୍ରଧାନ, ଯୁବନେତା ଅଜୟ କୁମାର ମହାରଣା, ଓଏଚଆରଡ଼ିସିର ଅଧ୍ୟକ୍ଷ ଡ଼ି. ବିଶ୍ୱନାଥ, ଜିଲ୍ଲା ପରିଷଦ ସଭ୍ୟ ଅଜିତ କୁମାର ପାତ୍ର, ରାମଚନ୍ଦ୍ର ଗୌଡ଼, ମନୋଜ ପୋଲାଇ, ଆତ୍ମା ଅଧ୍ୟକ୍ଷ ଏଳା ସୁଦର୍ଶନ, ଉମା ଶଙ୍କର ସାବତ, ବିଳାସିନି ପାଢି, କେ. ଦୁର୍ଗା ପ୍ରସାଦ,ଜି. ମୋହନ, ବି. ଶଙ୍କର, କୃଷ୍ଣ ପଣ୍ଡା, ବ୍ଳକ ମହିଳା ସଭାନେତ୍ରୀ ମମତା ରେଡ୍ଡି, ଗଂଜାମ ଜିଲ୍ଲା ବିଜେଡ଼ି ମହିଳା ଉପ ସଭାନେତ୍ରୀ ଶ୍ରୀମତି ପାଢି, ନିଳାଂଚଳ ପାଢିଙ୍କ ସମେତ ସହସ୍ରାଧିକ ମହିଳା ଓ ପୁରୁଷ ବିଜେଡ଼ି କର୍ମୀ ଅଂଶଗ୍ରହଣ କରିଥିଲେ ।
ଫଟୋ-


