ହୁଣ୍ଡାଇ ପକ୍ଷରୁ ଗ୍ରାଣ୍ଡ୍ ଆଇ-୧୦ ନିଓସ୍ ର ବଜାର ପ୍ରବେଶ
ହୁଣ୍ଡାଇ ମୋଟର ଇଣ୍ଡିଆ ଲିଃ. ଭାରତର ପ୍ରଥମ ସ୍ମାର୍ଟ ମୋବିଲିଟି ସମାଧାନ ପ୍ରଦାନକାରୀ କମ୍ପାନୀ ପକ୍ଷରୁ
ତୃତୀୟ ପିଢ଼ିର କାର୍ ଗ୍ରାଣ୍ଡ୍ ଆଇ-୧୦ ନିଓସ୍ର ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରାଯାଇଛି । ଏହି
କାର୍ର ଷ୍ଟାଇଲିସ୍ ଲୁକ୍ ଏବଂ ଅନନ୍ୟ ଡିଜାଇନିଂ ତଥା ଆଇ ଟେକ୍ ବୈଶିଷ୍ଟ୍ୟ ଗୁଡିକ ଯୁବ ଭାରତୀୟ
ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହେବ । ଏହି ଅବସରରେ ହୁଣ୍ଡାଇ ମୋଟର ଇଣ୍ଡିଆ ଲିମିଟେଡ୍ର ଏମଡି ତଥା ସିଇଓ ଶ୍ରୀ ଏସ୍.ଏସ୍. କିମ୍ କହିଲେ, “ତୃତୀୟ ପିଢ଼ିର କାର୍ ଗ୍ରାଣ୍ଡ୍ ଆଇ-୧୦ ନିଓସ୍ର ବଜାର ପ୍ରବେଶ ନେଇ ଆମ୍ଭେ ବେଶ୍ଆନନ୍ଦିତ । ଏହା ଭାରତୀୟ ଏବଂ ବିଶ୍ୱବ୍ୟାପି ଗ୍ରାହକଙ୍କୁ ଆକର୍ଷିତ କରିବାକୁ ସକ୍ଷମ ହେବ । ଗତ ୨୧ ବର୍ଷ ଧରି ଆମେ ନବୀନତମ ଉତ୍ପାଦ ନିର୍ମାଣ କ୍ଷେତ୍ରରେ ପାରଦର୍ଶିତା ହାସଲ କରିପାରିଛୁ । ଏହି ନୂତନ କାର୍ ଉତ୍ପାଦନ କରି ଆମେ ଗ୍ରାହକଙ୍କ ମାନସିକତାକୁ ରୁଦ୍ଧିମନ୍ତ କରାଇବାର ପ୍ରୟାସ କରୁଛୁ । ସମ୍ପ୍ରତି ପ୍ରଚଳିତ ଧାରାରେ ପରିବର୍ତନକୁ ଦୃଷ୍ଟିରେ ରଖି ଆମ୍ଭେ ଉତ୍ପାଦ ପରିସୀମାରେ ବୃଦ୍ଧି ଅବ୍ୟାହତ ରଖିଛୁ । ତୃତୀୟ ପିଢ଼ିର କାର୍ ଗ୍ରାଣ୍ଡ୍ ଆଇ-୧୦ ନିଓସ୍ ଭାରତୀୟ ଯୁବବର୍ଗ ତଥା ସେମାନଙ୍କର ପରିବାର ବର୍ଗଙ୍କ ପାଇଁବେଶ୍ ଉପଯୋଗୀ ସାବ୍ୟସ୍ତ ହେବ ।