ହୋମ କ୍ୱାରାଣ୍ଟାଇନରେ ପ୍ରବାସୀ ଅସୁସ୍ଥ, କୋଭିଡ଼ ମେଡିକାଲକୁ ସ୍ଥାନାନ୍ତର
ମୋହନା, (ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ଅଂଚଳ ଜଣେ ୫୬ ବର୍ଷୀୟ ବ୍ୟକ୍ତି ୧୪ ଦିନ ଘରେ ସଙ୍ଗରୋଧରେ ରହିବା ସମୟରେ ଅସୁସ୍ଥ ହୋଇ ମୋହନା ମେଡିକାଲକୁ ଚିକିତ୍ସା ପାଇଁ ଆସିଛନ୍ତି। ପ୍ରବାସୀ ଜଣକ ଗୁଜୁରାଟ ସୁରତ ଫେରନ୍ତା ବୋଲି ଜଣାପଡିଛି । ସୁରତରୁ ଫେରି ସେ ପାଣିଗଣ୍ଡା ସଙ୍ଘରୋଧ କେନ୍ଦ୍ରରେ ୧୪ ଦିନ ରହିବା ପରେ ଚଳିତ ମାସ ୨ ତାରିଖ ଦିନ ଘରକୁ ଯାଇ ୧୪ ଦିନ ପାଇଁ ଘରେ ସଙ୍ଘରୋଧରେ ଥିଲେ। ହେଲେଗତ ୫ ଦିନ ହେଲା ସେ ଅସୁସ୍ଥ ଅନୁଭବ କରିବା ପରେ ଆଜି ପରିବାର ଲୋକେ ତାଙ୍କୁ ମୋହନା ମେଡିକାଲକୁ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆଣିଥିଲେ । ତାଙ୍କଠାରେ କରୋନା ଲକ୍ଷଣ ଥିବାରୁ ତାଙ୍କ ସ୍ୱାବ ସଂଗ୍ରହ କରିବା ସହ ତାଙ୍କୁ ପରଳାଖେମଣ୍ଡି କୋଭିଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଡାକ୍ତର କହିଛନ୍ତି।