ହୋଲି ପାଇଁ ଦେଶବାସୀ ଙ୍କୁ ଶୁଭେଚ୍ଛ। ଜଣାଇଲେ ଭାରତ ର ପ୍ରଥମ ନାଗରିକ

ରଙ୍ଗର ପର୍ବ ହୋଲିକୁ ଅପେକ୍ଷା ରଖିଥାଆନ୍ତି ପିଲାଠାରୁ ବୟସ୍କ ସଭିଏଁ। ଗୁରୁବାର କେତେକ ସ୍ଥାନରେ ହୋଲି ଉତ୍ସବ ପାଳନ କରାଯାଉଥିବା ବେଳେ ଶୁକ୍ରବାର ମଧ୍ୟ ଦେଶର ବିଭିନ୍ନ ଭାଗରେ ପାଳନ କରାଯିବ ହୋଲି। ରଙ୍ଗ ଓ ଭାଇଚାରାର ଏହି ପର୍ବକୁ ପାଳନ ଉଦ୍ଦେଶ୍ୟରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ରାଷ୍ଟ୍ରପତି ଟୁଇଟ୍ କରି ଲେଖିଛନ୍ତି, ରଙ୍ଗ ଓ ଉଲ୍ଲାସର ପର୍ବ ହୋଲି ଉପଲକ୍ଷେ ଦେଶ ତଥା ବିଦେଶରେ ଥିବା ସମସ୍ତ ଭାରତୀୟକୁ ଶୁଭଅଭିନନ୍ଦନ। ଏହି ପର୍ବ ସମସ୍ତଙ୍କ ଜୀବନରେ ଶୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ। ପ୍ରଧାନମନ୍ତ୍ରୀ ଟୁଇଟ କରି ଲେଖିଛନ୍ତି, ହର୍ଷ ଓ ଉଲ୍ଲାସର ଏହି ପର୍ବ ହୋଲି ଦେଶର ଏକତା ଓ ସଦ୍ଭାବନାକୁ ଆହୁରି ସୁଦୃଢ କରୁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ