ହ୍ୟୁଣ୍ଡାଇ ପକ୍ଷରୁ ଅମ୍ଫନ ପ୍ରଭାବିତ ପାଇଁ ରିଲିଫ୍ ଟାସ୍କ୍ ଫୋର୍ସ

ମୁମ୍ବାଇ : ଦେଶର ପ୍ରଥମ ସ୍ମାର୍ଟ ମୋବିଲିଟି ସମାଧାନ ପ୍ରଦାନକାରୀ ଅଗ୍ରଣୀ କାର ନିର୍ମାତା ତଥା ବୃହତ୍ ପାସେଞ୍ଜର କାର୍ ରପ୍ତାନୀକାରୀ ହ୍ୟୁଣ୍ଡାଇ ମୋଟର ଇଣ୍ଡିଆ ଲିଃ.(ଏଚ୍‌ଏମ୍‌ଆଇଏଲ୍‌) ପକ୍ଷରୁ ଅମ୍ଫନ ବାତ୍ୟା ପ୍ରଭାବିତ ପଶ୍ଚିମବଙ୍ଗ ପାଇଁ ହୁଣ୍ଡାଇ ରିଲିଫ୍ ଟାସ୍କ୍ ଫୋର୍ସ ଗଠନ କରାଯାଇ ଗ୍ରାହକଙ୍କୁ ଆବଶ୍ୟକ ସହାୟତା ଯୋଗାଇ ଦିଆଯାଉଛି । ଏଥିରେ ୩୦ଟି ଟ୍ରକ୍ ଏବଂ ରାସ୍ତାକଡ଼ରେ ସହାୟତା ପାଇଁ ୨୦ଟି ଯାନକୁ ମୁତୟନ କରାଯାଇଛି । ବାତ୍ୟା ପ୍ରଭାବିତ ଯାନଗୁଡ଼ିକ ପାଇଁ ୫୦ ପ୍ରତିଶତ ଡ୍ରିପିସିଏଶନ୍ ମୂଲ୍ୟରେ ବୀମା କ୍ଲେମ୍‌ର ସୁବିଧା କରାଯାଇଛି । ସେହିପରି ସୁରକ୍ଷା ଦୃଷ୍ଟିରୁ ଅନ୍‌ଲାଇନ୍ ସର୍ଭିସ୍ ବୁକିଂ, ମରାମତି ଅପଡେଟ୍ ହ୍ୟୁଣ୍ଡାଇ ହ୍ୱାଟସ୍‌ଆପ୍ ଦ୍ୱାରା ଜାରି ରହିଥିବାବେଳେ ଅନ୍‌ଲାଇନ୍ ସର୍ଭିସ୍ ପେମେଂଟ୍ ସୁବିଧା ମଧ୍ୟ କରାଯାଇଛି । ଏହି ଅବସରରେ ସେଲସ୍‌, ମାର୍କେଟିଙ୍ଗ ଏବଂ ସର୍ଭିସ୍‌୍ ନିର୍ଦ୍ଦେଶକ ତରୁଣ ଗର୍ଗ କହିଲେ, ଗ୍ରାହକ ବିଶ୍ୱାସନୀୟ ବ୍ରାଣ୍ଡ୍ ଭାବେ ଆମେ ଶ୍ରେଷ୍ଠ ସେବା ପ୍ରଦାନ ପାଇଁ ଉଦ୍ୟମ ଅବ୍ୟାହତ ରଖିଛୁ । ଅମ୍ଫନ ବାତ୍ୟା ପ୍ରଭାବିତ ପଶ୍ଚିମବଙ୍ଗ ପାଇଁ ଆମେ ରିଲିଫ୍ ଟାସ୍କ୍ ଫୋର୍ସ ଗଠନ କରିଛୁ । ହ୍ୟୁଣ୍ଡାଇ କଷ୍ଟମର କେୟାର ହେଲପ୍ ଲାଇନ୍ ନମ୍ବର ୧୮୦୦୧୦୨୪୬୪୫ ଦ୍ୱାରା ଯୋଗାଯୋଗ କଲେ ଆବଶ୍ୟକ ସେବା ଯୋଗାଇ ଦିଆଯିବ । ହ୍ୟୁଣ୍ଡାଇ ମୋଟରର ଇୟନ୍‌,ଗ୍ରାଣ୍ଡ୍ ଆଇ୧୦, ଇଲାଇଟି ଆଇ୨୦,ଆଇ ୨୦ ଆକ୍ଟିଭ୍‌, ଏକ୍ସସେଂଟ୍‌, ଭର୍ଣ୍ଣା, କ୍ରିଏଟା, ଏଲାଂଟ୍ରା, ଟୁକସନ୍ ଏବଂ ସାଂଟା ପ୍ରଭୃତି ୧୩ଟି କାର୍ ଉତ୍ପାଦ ବେଶ୍ ଲୋକପ୍ରିୟ ହୋଇପାରିଛି । ଏହାର ମାନ୍ୟୁଫାକଚରିଂ ପ୍ଲାଂଟ୍ ଚେନ୍ନାଇ ନିକଟରେ ରହିଛି । ଏହା ଆଫ୍ରିକା, ମିଡିଲ୍ ଇଷ୍ଟ, ଲାଟିନ୍ ଆମେରିକା, ଅଷ୍ଟ୍ରେଲିଆ, ଏବଂ ଏସିଆ ପାସିଫିକ୍‌ର ୮୮ରୁ ଅଧିକ ଦେଶକୁ ଯାନ ରପ୍ତାନୀ କରିଥାଏ । କମ୍ପାନୀ ଭାରତର ଏକ ନମ୍ବର ରପ୍ତାନୀକାରୀ ଭାବରେ ଖ୍ୟାତି ହାସଲ କରିପାରିଛି । ଦେଶରେ ଏହାର ୫୧୭ ବିତରକ ଏବଂ ୧,୩୩୦ ସର୍ଭିର୍ସ୍ ଷ୍ଟେସନ୍ ରହିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ