ଢ଼େଙ୍କାରେ, ମୁଗୁପୁର, ଶାଳଣିଆଁ ଓ ହଦଗଡରେ ରଥଯାତ୍ରା : ହଜାର ହଜାର ଶ୍ରଦ୍ଧଳୁଙ୍କ ସମାଗମ 

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ଢ଼େଙ୍କାରେ ପବିତ୍ର ଘୋଷଯାତ୍ରା ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ପ୍ରଭୂ ଶ୍ରୀଜୀୟୁଙ୍କ ମନ୍ଦିରରେ ଗତ ଗୁରୁବାର  ନେତ୍ରୋତ୍ସବ ଅନୁଷ୍ଠିତ ହୋଇଥିବାବେଳେ ଶୁକ୍ରବାର ସକାଳୁ ପୁରୋହିତ ନିତ୍ୟାନନ୍ଦ କର, ଜ୍ୟୋତି ଶଙ୍କର କରଙ୍କ ଦ୍ୱାରା ପହିଲିଧୂପ, ମଙ୍ଗଳ ଆଳତୀ, ପହିଲି ଭୋଗ ସହିତ ସମସ୍ତ ରୀତିନୀତି ମତେ ପ୍ରଭୁଙ୍କର ପୂଜାକାର୍ଯ୍ୟ ସମ୍ପାଦନ କରାଯାଇଥିଲା । ପରେ ଆଜ୍ଞାମାଳ ଅଣାଯାଇ ରଥ ପ୍ରତିଷ୍ଠା କରାଯିବା ପରେ ବଳଭଦ୍ର, ସୁଭଦ୍ରା ଓ ଜଗନ୍ନାଥଙ୍କୁ ପହଣ୍ଡି ବିଜେ କରାଯାଇ ରଥାରୁଢ଼ କରାଯାଇଥିଲା । କୃଷ୍ଣଚନ୍ଦ୍ର କରଙ୍କ ଦ୍ୱାରା ଛେରାପହଁରା ନୀତି ସମ୍ପର୍ଣ୍ଣ ପରେ ରଥଟଣା ଆରମ୍ଭ ହୋଇଥିଲା । ହଜାର ହଜାର ଶ୍ରଦ୍ଧାଳୁ ରଥକୁ ଟାଣି ଟାଣି ଢ଼େଙ୍କାବଜାର ମାଉସୀମା ମନ୍ଦିର ପର୍ଯ୍ୟନ୍ତ ନେଇଯାଇଥିଲେ । ଏଥିପାଇଁ ବଜାରଟି ଆଜି ଲୋକାରଣ୍ୟ ହୋଇପଡିଥିଲା । ବିଦ୍ୟାଧର କର, ମୁକ୍ତିକାନ୍ତ ମିଶ୍ର, ରୁଦ୍ରପ୍ରସାଦ କର, ଜ୍ୟୋତି ରଞ୍ଜନ ଦାଶ, ନାରାୟଣ ଚନ୍ଦ୍ର ଦାଶ, ଚିନ୍ମୟ ମିଶ୍ର, ପ୍ରଦୁ୍ୟମ୍ନ କର, ଜଗନ୍ନାଥ ମିଶ୍ର, ନାରାୟଣ ଚନ୍ଦ୍ର କର, ଗଣେଶ୍ୱର ପାଣିଗ୍ରାହୀ, ନୃଷିହଂ ଦାଶ, ଦେବାଶିଷ କର, ବିଜୟ କେତନ ପଣ୍ଡା, ଅନନ୍ତ ମି୍ୟ, ଅନନ୍ତ ଦାଶ, ଅଲେଖ ଚନ୍ଦ୍ର ଦାଶ, ରବିନ୍ଦ୍ର ପାଣିଗ୍ରାହୀ  ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।  ସେହିପରି ମୁଗୁପୁର, ଶାଳଣିଆଁ ଓ ହଦଗଡରେ ମଧ୍ୟ ପ୍ରବଳ ଉତ୍ସାହ ଓ ଉଦ୍ଦିପନାର ସହ ରଥଯାତ୍ରା ସମ୍ପର୍ଣ୍ଣ ହୋଇଛି । ମୁଗୁପୁର  ସ୍ଥିତ ନୀଳାପୁର ବିଶ୍ୱଗୁରୁ ପୀଠ ଜଗନ୍ନାଥ ମନ୍ଦରରେ ସମସ୍ତ ରିତୀନୀତି ଅନୁଯାଇ ପୂଜାର୍ଚ୍ଚନା ପରେ ପ୍ରଭୁଙ୍କୁ ରଥାରୁଢ଼ କରାଯିବାପରେ ଅପରାହ୍ନ ୪ଟାବେଳେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଆଖ ପାଖ ଅଞ୍ଚଳର ହଜାର ହଜାର ଶ୍ରଦ୍ଧାଳୁ ରଥକୁ ଟାଣି ଟାଣି ମାଉସୀ ମା ମନ୍ଦିର ନିକଟକୁ ନେଇଥିଲେ । ସେହିପରି ଶାଳଣିଆଁରେ ମଧ୍ୟ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥିଲା । ହଦଗଡରେ ମଧ୍ୟ ପ୍ରବଳ ବର୍ଷା ସତ୍ତ୍ୱେ ଶହଶହ ଶ୍ରଦ୍ଧାଳୁଙ୍କ ଉପସ୍ଥିତିରେ ରଥ ଟଣା ହୋଇଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ