୧୧୦ କିଲୋ ଗଞ୍ଜେଇ ଜବତ : ମାଫିଆ ଫେରାର
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ଅଡବା ପୁଲିସ ଏସଆଇ ଲକ୍ଷ୍ମଣ ବେସରା ଓ ଥାନା କର୍ମଚାରୀ ଖାରିଗୁଡା ପଞ୍ଚାୟତ ଅଞ୍ଚଳରେ ମଙ୍ଗଳବାର ଦିନ ସକାଳେ ପେଟ୍ରୋଲିଙ୍ଗ କରୁଥିବା ବେଳେ ବାଲିବନ୍ଧ ଛକ ନିକଟରେ ଏକ ହୁଣ୍ଡାଇ କାର ନଂ ଓଡିଠ୭ଏଏ4774 ଛିଡା ହୋଇଥିବାର ଦେଖି ସନ୍ଦେହରେ ଯାଞ୍ଚ କରିବା ବେଳେ କାର ମଧ୍ୟରୁ ୪ଟି ଜରି ଅଖାରେ ଗଞ୍ଜେଇ ରହିଥିବା ଦେଖି ଜବତ କରିଥିଲେ । ମୋହନା ତହସିଲଦାର କିଶୋର ଚନ୍ଦ୍ର ଦାସଙ୍କ ଉପସ୍ଥିତିରେ ଓଜନ କରିବାରୁ ତାହା ୧୧୦ କିଲୋ ୮ଶହ ଗ୍ରାମ ହୋଇଥିଲା । ଘଟଣାସ୍ଥଳରୁ ଗଞ୍ଜେଇ ମାଫିଆମାନେ କେଉଁଆଡେ ଫେରାର ହୋଇଯାଇଥିଲେ । ଏସଆଇ ହୃଷିକେଶ ପଣ୍ଡା ତଦନ୍ତ କରୁଥିବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ସୂଚନା ଦେଇଛନ୍ତି ।