୧୨୬ ତମ ନେତାଜୀ ଜୟନ୍ତୀ ପାଳିତ

ଆସିକା, (ଯୁଗାବ୍ଦ ନ୍ୟୁଜ):ଆଜି ଆଜାଦ୍ ହିନ୍ଦ୍ ଫୌଜ ସଂଘ ପକ୍ଷରୁ କବିସୂର୍ଯ୍ୟନଗର ନେତାଜୀ ସ୍ମାରକୀ ମଣ୍ଡପରେ ୧୨୬ ତମ ନେତାଜୀ ଜୟନ୍ତୀ ଜନ୍ମ ବାର୍ଷିକୀ ଉତ୍ସବ ଅନୁଷ୍ଠାନ ସଭାପତି ଯୁଧିଷ୍ଠିର ପ୍ରଧାନଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଆସିକା ବିଧାୟିକା ମଞ୍ଜୁଳା ସ୍ୱାଇଁ ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ କବିସୂର୍ଯ୍ୟନଗର ପଂଚାୟତ ସମିତି ଅଧ୍ୟକ୍ଷା ଜ୍ୟୋତିର୍ମୟୀ ସ୍ୱାଇଁ, ଆମ୍ବପୁଆ ସମିତିସଭ୍ୟ ଅସ୍ମିନ୍ ସ୍ୱାଇଁ ,ବିଶିଷ୍ଟ ଭାରତଲୀଳା ଗାୟକ ରଙ୍କନିଧି ଗୌଡ଼ , ମହେଶ୍ଵର ବରାଡ଼ ପ୍ରମୁଖ ଉପସ୍ଥିତ ରହି ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ସ୍ମୃତିଚାରଣ କରିଥିଲେ I କାର୍ଯ୍ୟକ୍ରମରେ ଆଜାଦ୍ ହିନ୍ଦ୍ ଫୌଜ ସଂଘ ସମ୍ପାଦକ ପୀତବାସ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରିଥିବାବେଳେ କୋଷାଧ୍ୟକ୍ଷ କେଦାରଶ୍ୱର ପରିଡ଼ା ଧନ୍ୟବାଦ ଜ୍ଞାପନ କରିଥିଲେ I ଅନୁଷ୍ଠାନ ସଦସ୍ୟ ରମା ବଲ୍ଲଭ ବେହେରା, ବଂଶୀଧର ଗୌଡ଼ ଏବଂ ଜିତୁ ପ୍ରଧାନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ