୧୬ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ସାଜେଦାଙ୍କ ନିର୍ବାଚନ ପ୍ରଚାର
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ପୈାରାଞ୍ଚଳର ୧୬ନମ୍ବର ୱାର୍ଡରେ ବିଜୁ ଜନତା ଦଳର କାଉନସିଲର ପ୍ରାର୍ଥୀ ସାଜେଦା ଖାନମ ତାଙ୍କ ନିର୍ବାଚନୀ ପ୍ରଚାରକୁ ଜୋରଦାର କରିଥିବା ଦେଖିବାକୁ ମିଳିଛି । ସେହି ୱାର୍ଡର ପ୍ରତ୍ୟେକ ଘରକୁ ଘର ବୁଲି ସାଜେଦା ଲୋକମାନଙ୍କୁ ଭେଟି ଆଗାମୀ ପୈାର ନିର୍ବାଚନରେ ତାଙ୍କୁ ଶଙ୍ଖ ଚିହ୍ନରେ ସୁଇଚ ଟିପି ଭୋଟଦାନ କରିବାକୁ ଲୋକମାନଙ୍କୁ ନିବେଦନ କରିଛନ୍ତି । ସାଜେଦାଙ୍କ ସ୍ୱାମୀ ମହମ୍ମଦ ନିୟାଜ(ମତୁ)ଜଣେ ସମାଜସେବୀ, ପରୋପକାରୀ, ମିଷ୍ଟଭାଷି, ମେଳାପି ବ୍ୟକ୍ତିତ୍ୱ ଭାବେ ସାଧାରଣରେ ପରିଚିତ । ବିଭିନ୍ନ ଅସୁବିଧା ସମୟରେ ଏବଂ ମୁଖ୍ୟତଃ ଡାକ୍ତରଖାନାରେ ଚିକିତ୍ସିତ ବେଳେ ରୋଗୀମାନଙ୍କୁ ମତୁ ଆକୁଣ୍ଠ ଚିତରେ ସାହାଯ୍ୟ ଓ ସହଯୋଗ କରିଥାନ୍ତି । ତେଣୁ ମତୁଙ୍କ ପ୍ରତି ସେହି ୱାର୍ଡର ଲୋକମାନଙ୍କ ଏକ ସ୍ୱତନ୍ତ ଭଲପାଇବା ରହିଛି । ବିଜୁ ଜନତା ଦଳର ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ବେଳେ ମତୁ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି । ସାଜେଦା ଜଣେ ମେଳାପି ଓ ମିଷ୍ଟଭାଷି ମହିଳା ହୋଇଥିବାରୁ ତାଙ୍କ ଭୋଟ ପ୍ରଚାର ବେଳେ ତାଙ୍କ ପ୍ରତି ଜନ ସମର୍ଥନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ ଏବଂ କେନ୍ଦ୍ରାପଡା ବିଧାୟକ ଶଶି ଭୂଷଣ ବେହେରାଙ୍କ ବିକାଶ ମୂଳକ ଯୋଜନାକୁ ନେଇ ସାଜେଦା ଲୋକମାନଙ୍କୁ ଭେଟି ଭୋଟ ପ୍ରଚାର କରୁଥିବା ବେଳେ ସେହି ୱାର୍ଡର ସାମୁହିକ ବିକାଶ ପାଇଁ ପ୍ରୟାସ ଜାରି ରଖିଛନ୍ତି I