୧୭ ଜିଲାକୁ ବର୍ଷା ସହ ବଜ୍ରପାତ ସମ୍ଭାବନା; ସତର୍କ ରହିବାକୁ ପରାମର୍ଶ
ଭୁବନେଶ୍ୱର,(ଓ୍ବାଇଏନ୍ଏସ୍) : ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅବପାତରେ ପରିଣତ ହେବା ପରେ ରାଜ୍ୟରେ ବହୁ ସ୍ଥାନରେ ବର୍ଷା ଲାଗି ରହିଛି। ଆଜି ପୂର୍ବାହ୍ନ ୧୧ଟା ଯାଏଁ ୧୭ ଜିଲାକୁ ଘଡଘଡି ସହ ବର୍ଷା ସମ୍ଭାବନା ନେଇ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ସେହି ଜିଲା ଗୁଡ଼ିକ ହେଲା କନ୍ଧମାଳ, ବୌଦ୍ଧ, ଜଗତସିଂହପୁର, କଟକ , ଖୋର୍ଦ୍ଧା , ରାୟଗଡ଼ା, ଯାଜପୁର, ସୁବର୍ଣ୍ଣପୁର, ମୟୁରଭଞ୍ଜ, ଭଦ୍ରକ, ଅନୁଗୁଳ,ସମ୍ବଲପୁର, ନୟାଗଡ଼, ଗଞ୍ଜାମ, ଗଜପତି, କୋରାପୁଟ ଓ ମାଲକାନଗିରିକୁ ସତର୍କ ସୂଚନା ଜାରି କରାଯାଇଛି। ଏହାସହ ଭୋର ସମୟରୁ କଟକ, ଭୁବନେଶ୍ୱର ଓ ଗଞ୍ଜାମରେ ତୁହାକୁ ତୁହା ବର୍ଷା ଲାଗି ରହିଛି।