ଲଗାଣ ବର୍ଷା ଯୋଗୁ ବଂଶଧାରା ଫୁଲୁଛି

କାଶୀନଗର,(ରାଜେଶ କୁମାର ପଟ୍ଟନାୟକ): କାଶୀନଗରରେ ପ୍ରଶାସନିକ ସୂଚନା ଅନୁଯାୟୀ ୫୧ ମିମି ବର୍ଷା ହୋଇଛି | ତେବେ ରାୟଗଡାର ୧୧୭ ମିମି ବର୍ଷା ଓ ହରଭାଙ୍ଗି ଜଳ ସେଚନ ପ୍ରକଳ୍ପରୁ ଜଳ ନିଷ୍କାସନ ଯୋଗୁ ବଂଶଧାରା କ୍ରମଶଃ ଫୁଲିବାରେ ଲାଗିଛି | ତହସିଲଦାର ତଥା ବି.ଡି.ଓ ଶାନ୍ତି ସ୍ୱରୂପ ମିଶ୍ର ଦେଇଥିବା ସୂଚନା ଅନୁଯାୟୀ ୧୩ ତାରିଖ ଅପରାହ୍ନ ସୁଦ୍ଧା ନଦୀରେ ୱାରନିଂ ଲେବେଲ ତଳେ ରହିଛି | ଜଳସ୍ତର ଓ ସ୍ଥାନୀୟ ପ୍ରଶାସନ ତରଫରୁ ରିଲିଫ ବଣ୍ଟନ ଏବଂ ପ୍ରଭାବିତ ଥିବା ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି | ବିଭିନ୍ନ ପଞ୍ଚାୟତରେ ନୋଡାଲ ଅଫିସର ମାନେ ଅବସ୍ଥାପିତ ହୋଇଥିବା ବେଳେ ଲ୍ୟାଣ୍ଡସ୍ଲାଇଡ ଆଶଙ୍କା ଥିବାରୁ ଚମ୍ପାଙ୍ଗିଗୁଡାର ୬୦ ଜଣ ବ୍ୟକ୍ତିଙ୍କୁ କେ.ସୀତାପୁତ୍ର ଆଶ୍ରୟ ସ୍ଥଳକୁ ସ୍ଥାନାନ୍ତରିତ କରାଯାଇଛି | ଶିଆଳି ଆର.ଆଇ ସର୍କଲ ର ଲୋକମଙ୍କୁ ଟରପାର୍ଲ ବଣ୍ଟା ହୋଇଛି | ଓ ମାସିଙ୍ଗିଗୁଡା ଗ୍ରାମବାସୀଙ୍କୁ ପାନୀୟ ଜଳ ଯୋଗାଇ ଦିଆଯାଇଛି | ପ୍ରଶାସନ ସଜାଗ ରହିଛି | ଓ ଜରୁରୀ ପରିସ୍ଥିତିର ମୁକାବିଲା ପାଇଁ ସବୁ ପ୍ରକାର ସତର୍କତା ମୂଳକ ପଦକ୍ଷେପ ନିଆଯାଇଛି ବୋଲି ତହସିଲଦାର ତଥା ବିଡ଼ିଓ ଶ୍ରୀ ମିଶ୍ର କହିଛନ୍ତି |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ