୧୮କୋଟି ଟଙ୍କାର ଗଞ୍ଜେଇ ଗଛ ପୋଡିଲା ପ୍ରଶାସନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) -ଗତକାଲି ଗଜପତିର ମୋହନା ଥାନା ଅନ୍ତର୍ଗତ ବଡସିନ୍ଧବା ପଞ୍ଚାୟତ ବାରିଆବନ୍ଧ ମୌଜାରେ ପୁଣି ୯୧ଏକର ସରକାରୀ ପାହାଡିଆ ଜମିରୁ ୧୮କୋଟି ଟଙ୍କାର ଗଞ୍ଜେଇ ଗଛକୁ ପୋଡିଦିଆଯାଇଛି ।ଘଟଣାରୁ ପ୍ରକାଶ ଯେ, ଗଜପତି ଜିଲାପାଳ ଅନୁପମ ସାହା, ଜିଲା ଏସପି ସାରା ଶର୍ମା, ଅବକାରୀ ଅଧିକ୍ଷକ ପ୍ରୋମଦ କୁମାର ପାଣିଗ୍ରାହୀଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବଡସିନ୍ଧବା ପଞ୍ଚାୟତ ବାରିଆବନ୍ଧ ଗ୍ରାମଠାରେ ଅବକାରୀ ବିଭାଗ ଓ ପୋଲିସ ବିଭାଗର ଏକ ମିଳିତ ଚଢାଉ କରାଯାଇ ସେଠାରେ ପ୍ରାୟ ୯୧ ଏକର ଜମିରେ କରାଯାଇଥିବା ପ୍ରାୟ ୧ଲକ୍ଷ ୮୨ହଜାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି । ଏହି ଗଞ୍ଜେଇ ଗଛର ଆନୁମାନିକ ମୂଲ୍ୟ ପ୍ରାୟ ୧୮କୋଟି ଟଙ୍କା ହେବ ବୋଲି ମୋହନା ଥାନାଅଧିକାରୀ ସୁଜିତ କୁମାର ନାୟକ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ