୧୯ ବର୍ଷ ପରେ ଚମ୍ପୁଆରେ ବିଜେଡିର ବିପୁଳ ବିଜୟ
ଯୋଡା(ଯୁଗାବ୍ଦନ୍ୟୁଜ): ବହୁ ପ୍ରତିକ୍ଷୀତ ୨୦୧୯ ସାଧାରଣ ନିର୍ବାଚନର ଫଳାଫଳ ଘୋଷଣା ହୋଇଯିବା ପରେ ସାରା ଦେଶ ସମେତ ଓଡିଶାରେ ମଧ୍ୟ ଫଳାଫଳକୁ ନେଇ ଲାଗି ରହିଥିବା କଳ୍ପନାଜଳ୍ପନାର ଅନ୍ତଘଟିଛି ।୧୪୬ଟି ବିଧାନସଭା ଓ ୨୧ଟି ଲୋକସଭା ଆସନର ଫଳାଫଳ ଘୋଷଣା ହେବା ପରେ ଜିତିଥିବା ପ୍ରାର୍ଥୀ ଏବଂ ସେମାନଙ୍କ ସମର୍ଥକ ମାନେ ଆନନ୍ଦଉଲ୍ଲାସ ଖେଳି ଯାଇଛି । ବିଜେଡି ସରକାର ଗଢିବାର ଦୀର୍ଘ ୧୯ବର୍ଷ ପରେ ବିଜୁ ଜନତା ଦଳ ପ୍ରଥମ ଥର ନିମନ୍ତେ ଚମ୍ପୁଆ ଆସନରେ ଖାତା ଖୋଲିବା ସହ ବିଜେଡି ତରଫରୁ ପ୍ରାର୍ôଥନୀ ହୋଇଥିବା ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟା ମିନାକ୍ଷୀ ମହାନ୍ତ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ଭାରତୀୟ ଜନତା ପାର୍ଟିର ମୁରଲୀ ମନୋହର ଶର୍ମାଙ୍କୁ ୨୫,୭୯୪ ଭୋଟରେ ହରାଇ ବିଜେଡି ପାଇଁ ବିଜୟ ଆଣିଛନ୍ତି । ପୂର୍ବରୁ ୨୦୧୪ରୁ ୨୦୧୯ପର୍ଯ୍ୟନ୍ତ ସ୍ୱାଧୀନ ବିଧାୟକ ଭାବେ ଥିବା ବାହୁବଳୀ ରାଜନେତା ସନାତନ ମହାକୁଡ ନିଜେ ଗଢିଥିବା ଜନସମୃଦ୍ଧି ପାର୍ଟିରୁ ସଭାପତି ପଦରୁ ଇସ୍ତଫା ଦେଇ ଖୋଲାଖୋଲି ଭାବେ ମିନାକ୍ଷୀଙ୍କୁ ସମର୍ଥନ ଦେବା ପରେ ବିଜେଡି ପାଇଁ ଜିତିବାର ପଥ ଏକପ୍ରକାର ପରିଷ୍କାର ହୋଇଥିଲା । ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ସନାତନଙ୍କ ଦବ୍ଦବା ଓ ଲୋକପ୍ରିୟତା ଅତୁଟ ଥିବାରୁ ଭୋଟର ମାନେ ଆଖିବନ୍ଦ କରି ନିଜର ଅକୁଣ୍ଠ ସମର୍ଥନ ହିଁ ମିନାକ୍ଷୀଙ୍କ ଭୋଟରେ ରୂପାନ୍ତରିତ ହୋଇଯିବାରୁ ମୁରଲୀଙ୍କୁ ପଛରେ ପକାଇ ୨୫ ହଜାରରୁ ଊଦ୍ଧ୍ୱର୍ ଭୋଟ ବ୍ୟବଧାନରେ ବିଜୟ କରିଥିଲେ । ମିନାକ୍ଷୀ ୮୮,୫୧୮ ଭୋଟ୍ ପାଇଥିବା ବେଳେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେପିର ମୁରଲୀ ମନୋହର ଶର୍ମା ୬୨,୭୨୪ ଭୋଟ୍ ଏବଂ କଂଗ୍ରେସର ଯଦୁମଣୀ ବାରିକ ୪,୧୯୭ ଭୋଟ୍ ପାଇଥିଲେ । ପ୍ରଥମଥର ପାଇଁ ଚମ୍ପୁଆ ଖାତାରେ ଏମାନଙ୍କ ମଧ୍ୟରୁ କେହି ନୁହେଁ ସଠିକ୍ ପ୍ରାର୍ଥୀ ଭାବନାକୁ ନେଇ ୭୪୮ ଭୋଟ ନୋଟାରେ ପକାଯାଇଛି । ମିନାକ୍ଷୀ ଗଣମାଧ୍ୟମକୁ ଦେଇଥିବା ପ୍ରତିକ୍ରିୟାରେ କହିଥିଲେ ଯେ ଏବିଜୟ ବିଜୁ ଜନତା ଦଳର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏବଂ ଚମ୍ପୁଆ ନିର୍ବାଚନ ମଣ୍ଡଳୀର ସମସ୍ତ ଭୋଟରଙ୍କ ବିଜୟର ଶ୍ରେୟ ଦେଇଛନ୍ତି ।