୨୦ରେ ପରଦାକୁ ଆସୁଛି ଦବଙ୍ଗ-୩

ସମୟ ଯେତିକି ଯେତିକି ଗଡ଼ୁଛି, ଲୋକଙ୍କ ହାର୍ଟବିଟ୍‌ ସେତିକି ବଢିବାରେ ଲାଗିଛି। ଲୋକମାନେ ଦବଙ୍ଗ-୩ ଫିଲ୍ମର ଟ୍ରେଲର୍‌, ଟିଜର୍‌ ଦେଖିସାରିଛନ୍ତି। ଅପେକ୍ଷା କରିଛନ୍ତି ପୂରା ଫିଲ୍ମର ମଜା ଉଠାଇବାକୁ। ଡିସେମ୍ବର ୨୦ରେ ସର୍ବଭାରତୀୟସ୍ତରରେ ସୁଲତାନ୍ ସଲମାନ୍ ଖାନ୍ ଅଭିନୀତ ଦବଙ୍ଗ-୩ ମୁକ୍ତିଲାଭ କରିବାକୁ ଯାଉଛି। ମୁଖ୍ୟ ଭୂମିକାରେ ସଲମାନ୍, ସୋନାକ୍ଷୀ ସିହ୍ନା, ଅରବାଜ୍ ଖାନ୍ ଓ ନବାଗତା ସାଇ ମଞ୍ଜରେକର୍‌ ଅଭିନୟ କରିଛନ୍ତି। ନିକଟରେ ଏକ ସାକ୍ଷାତକାର୍‌ରେ ଅଭିନେତ୍ରୀ ସୋନାକ୍ଷୀ କହିଛନ୍ତି, ଦବଙ୍ଗ-୩ର କାହାଣୀ ଅଧିକ ଦମ୍‌ଦାର୍। ନବାଗତା ସାଇଙ୍କ ବାବଦରେ ତାଙ୍କ ମତ ହେଲା, ଏ ସମ୍ପର୍କରେ ସଲମାନ୍ ଭଲ ଉତ୍ତର ଦେଇପାରିବେ। କାରଣ ସଲମାନ୍‌‌ ହିଁ ସାଇଙ୍କୁ ଏହି ଚଳଚ୍ଚିତ୍ର ଜରିଆରେ ବଲିଉଡରେ ଏଣ୍ଟ୍ରି କରାଉଛନ୍ତି। ଅନ୍ୟପାଖେ ସଲମାନ୍ କହିଛନ୍ତି ଘନିଷ୍ଠ ବନ୍ଧୁ ନିର୍ଦେଶକ ତଥା ଅଭିନେତା ସଞ୍ଜୟ ମଞ୍ଜରେକର୍୍‌ଙ୍କ ଝିଅ ହେଉଛନ୍ତି ସାଇ। ସାଇଙ୍କ ଅଭିନୟକୁ ଦର୍ଶକ ମହଲ ନିଶ୍ଚୟ ପସନ୍ଦ କରିବ ବୋଲି ତାଙ୍କ ଆଶା। ସବୁଠୁ ଗୁରୁତ୍ବପୂର୍ଣ୍ଣ ତଥା ରୋଚକ ତଥ୍ୟ ହେଉଛି ଦବଙ୍ଗ-୩ ମୁକ୍ତିଲାଭ କରିନଥିବାବେଳେ ଦବଙ୍ଗ-୪ର କାହାଣୀ ପ୍ରସ୍ତୁତ ହୋଇସାରିଲାଣି।

 

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ