୨୦୨୭ ସୁଦ୍ଧା ଜନସଂଖ୍ୟାରେ ଚୀନକୁ ଟପିଯିବ ଭାରତ
ନୂଆଦିଲ୍ଲୀ : ଭାରତରେ ଏବେ ଜନସଂଖ୍ୟା ବିସ୍ଫୋରଣ ଏକ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି । ୨୦୨୭ ସୁଦ୍ଧା ଭାରତ ଜନସଂଖ୍ୟାରେ ଚୀନକୁ ଟିପିଯିବ ବୋଲି ଜାତିସଂଘ ଆକଳନ କରିଛି । ଭାରତର ଜନସଂଖ୍ୟା ୨୦୧୦ ରୁ ୨୦୧୯ ମଧ୍ୟରେ ବାର୍ଷିକ ୧.୨ ପ୍ରତିଶତ ହାରରେ ବୃଦ୍ଧି ପାଉଛି, ଯାହାକି ଚୀନର ଜନସଂଖ୍ୟା ବୃଦ୍ଧି ହାରରେ ଦୁଇ ଗୁଣରୁ ଅଧିକ । ବିଶ୍ୱ ଜନସଂଖ୍ୟା ଏବେ ୭୭୧.୫ କୋଟିରେ ପହଞ୍ଚିଯାଇଛି । ଭାରତର ଜନସଂଖ୍ୟା ଏବେ ୧୩୮ କୋଟିରେ ପହଞ୍ଚିଥିବା ବେଳେ ଚୀନର ଜନସଂଖ୍ୟା ୧୪୪ କୋଟିରେ ପହଞ୍ଚିଛି ।


