୨୦ ଜଣ ମୋତିଆବିନ୍ଦୁ ରୋଗୀ ଚିହ୍ନଟ

ବନ୍ତ, (ଚାନ୍ଦିନୀ ମହାନ୍ତି):ବନ୍ତ ବ୍ଲକ ନିଳୋକସ୍ଥିତ ସାଧନା ବିଦ୍ୟା ମନ୍ଦିରରେ ଭଦ୍ରକସ୍ଥିତ ଭୂମିକା ଚକ୍ଷୁ ଚିକିତ୍ସାଳୟ ପକ୍ଷରୁ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୫୦ ଜଣ ରୋଗୀଙ୍କୁ ପରୀକ୍ଷା କରାଯାଇ ୨୦ ଜଣ ମୋତିଆବିନ୍ଦୁ ରୋଗୀ ଚିହ୍ନଟ କରାଯାଇଥିଲା । ଶିବିରରେ ଭୂମିକା ଚକ୍ଷୁ ହସପିଟାଲର ଡାକ୍ତର ସୁପ୍ରିୟା ପି.ସାହୁ, ସିନିୟର ପାରାମେଡିକାଲ କର୍ମଚାରୀ ପାପାନି ବେହେରା, ଜୁନିଅର ପାରାମେଡିକାଲ କର୍ମଚାରୀ ରଞ୍ଜିତା ପାଗଳ, ଲୋପାମୁଦ୍ରା ପଣ୍ଡା, ସିଏଚଓ ଅନାଦି ଚରଣ ସାମଲ, ସୁବ୍ରତ ସେନାପତି ଦାୟୀତ୍ୱ ତୁଲାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ