୨୧ନମ୍ବର ୱାର୍ଡରେ କଂଗ୍ରେସ ପ୍ରାର୍ଥୀ ଲିଙ୍ଗରାଜଙ୍କ ପ୍ରଚାର ଯୋରଦାର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ପୈାରାଞ୍ଚଳର ୨୧ନମ୍ବର ୱାର୍ଡରେ ଜାତୀୟ କଂଗ୍ରେସର କାଉନସିଲର ପ୍ରାର୍ଥୀ ଲିଙ୍ଗରାଜ କର ତାଙ୍କ ନିର୍ବାଚନୀ ପ୍ରଚାରକୁ ଯୋରଦାର କରିଛନ୍ତି । ପୂର୍ବତନ ମନ୍ତ୍ରୀ ଗଣେଶ୍ୱର ବେହେରା, ଜିଲ୍ଲା କଂଗ୍ରେସ ଉପସଭାପତି ପ୍ରଫୁଲ୍ଲ କୁମାର ଦାସ ଓ ନଗର କଂଗ୍ରେସ ସଭାପତି ରାଜେଶ ମହାନ୍ତି ପ୍ରମୁଖ ୨୧ନମ୍ବର ୱାର୍ଡର କଜଳା, ଭ୍ରମରଦିଆପାଟଣା ପ୍ରଭୃତି ଗ୍ରାମର ଘରକୁ ଘର ବୁଲି କାଉନସିଲର ପ୍ରାର୍ଥୀ ଶ୍ରୀ କରଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର କରିବା ସହ ହାତ ଚିହ୍ନରେ ସୁଇଚ ଟିପି ଦଳର ପ୍ରାର୍ଥୀଙ୍କୁ ବିପୁଳ ସଂଖ୍ୟାରେ ଭୋଟଦେଇ ଜିତାଇବାକୁ ନିବେଦନ କରିଥିଲେ । ଶ୍ରୀ କର ଜଣେ ସରଳ, ନିଷ୍କପଟ, ମେଳାପି ଓ ସମାଜସେବୀ ବ୍ୟକ୍ତି ଭାବେ ଏହି ଅଞ୍ଚଳରେ ପରିଚିତ । ଶ୍ରୀ କର ବିଭିିନ୍ନ ସମୟରେ ଗରୀବ ଓ ଅସହାୟ ଲୋକମାନଙ୍କୁ ସହାୟତାର ହାତ ବଢାଇ ଥାନ୍ତି । ନିର୍ବାଚନ ଆଉ ଅଳ୍ପ କିଛିଦିନ ବାକି ଥିବା ବେଳେ ତାଙ୍କ ପ୍ରତି ଜନ ସମର୍ଥନ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଏହି ପ୍ରଚାରରେ ଶ୍ରୀ କରଙ୍କ ସହିତ ଶତାଧିକ ମହିଳା ଓ ପୁରୁଷମାନେ ସ୍ୱତପୂର୍ତ୍ତ ଭାବେ ସାମିଲ ହୋଇ ଶ୍ରୀ କରଙ୍କୁ ଜିତାଇବାକୁ ନିବେଦନ କରିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ